ମାନବିକତା
ମାନବିକତା
ମାନବିକତା ସୃଷ୍ଟିରେ ଶ୍ରେଷ୍ଠ ଜୀବ ଗଢିଲେ ଈଶ୍ୱର,
ମାନବିକତା ର ମହତ ଗୁଣ ଦେଲେ ଉପହାର।
ଭୁଲି ନିଜ ସ୍ଵାର୍ଥ ପରହିତ ଲାଗି ନିଜକୁ ସମର୍ପି ଦେବା,
ମାନବିକତାର ଶ୍ରେଷ୍ଠ ନିଦର୍ଶନ ଇତିହାସ ହୋଇଯିବା।
ଗାନ୍ଧୀ ଗୋପବନ୍ଧୁ ଦେଇ ଯାଇଛନ୍ତି ମାନବିକତାର ପରିଚୟ,
ତାଙ୍କର ସନ୍ତାନ ଆମେ ଭାରତର କରିବାକୁ କିଆଁ ଭୟ।
କରିଦେଲେ କିଛି ମହତ କାର୍ଯ୍ୟ ମନ ଖୁସି ହୋଇଯାଏ,
ଆନପ୍ରାଣେ ସୁଖ କିଞ୍ଚିତେ ଭରିଲେ ମାନବିକତା ସାର୍ଥକ ହୁଏ।
ସତ୍ୟଧର୍ମ ନ୍ୟାୟ ଲୋପ ପାଇଥିଲେ ସୁଦ୍ଧା ଅଛି କେଉଁଠି ବି ମାନବବାଦ,
ସରି ଆସୁଥିବା ଦୀପରୁ ତଇଳ ଉଦ୍ଭାସିତ ଯେ ଆଲୋକ।
ଗାନ୍ଧୀ ଗୋପବନ୍ଧୁଙ୍କ ମାନବିକତା ଏବେବି ବଞ୍ଚିଛି ଏ ସମାଜରେ,
ମିଛ ନୁହେଁ ଆଜି ଆଖିରେ ଦେଖିଛି ଆମ ଏହି ବାଲେଶ୍ବରରେ।
ସ୍ଵାର୍ଥେ ନୁହେଁ ମାନବବାଦର ସ୍ପଷ୍ଟ ଦୃଶ୍ୟ ଦେଖିଲି,
ରଣଜିତ ପୃଷ୍ଟି ଗୋପବନ୍ଧୁ ପରି ଅସହାୟ ର ଥଇଥାନ କରୁଛନ୍ତି ଗୋଟିଏ ଭିଡିଓ ରେ ଦେଖିଲି।
ଏମିତି ସମୟ ଆସି ପହଞ୍ଚୁଛି କହି ହେଉନାହିଁ କାହାକୁ କିଛି,
ମାନବବାଦ ଆଜିର ଦିନରେ ଉଦାହରଣ ଟେ ହୋଇଛି।
ଡାକ୍ତର ପୋଲିସ ବୀର ଯୋଦ୍ଧା ଦିଅନ୍ତି ମାନବବାଦର ପରିଚୟ,
ଗର୍ବ ଲାଗେ ସେହି ଭାରତୀ ପୁଅଙ୍କୁ ରୋଗ ବିପତ୍ତିକୁ ନାହିଁ ତ ଭୟ।
