ମାନବ ହିଁ ପଥ ପ୍ରଦର୍ଶକ
ମାନବ ହିଁ ପଥ ପ୍ରଦର୍ଶକ
ମାନବ ହିଁ ପଥପ୍ରଦର୍ଶକ
*************
ସମଗ୍ର ବିଶ୍ୱ ବ୍ରହ୍ମାଣ୍ଡ ଲେଖି
ଚାଲିଛି ଆଜି ଚିରନ୍ତନ
ଇତିହାସ, ବୟାନ କରିବାକୁ
ତାର ଉତ୍ପତ୍ତି ଓ ବିବର୍ତ୍ତନଶୀଳ
କାର୍ଯ୍ୟକାରିତାର ଘଟଣାବଳୀ
ଅଦ୍ୟାବଧି ତାହାର ନିପାତନସିଦ୍ଧ
ଲେଖନୀମୁନରେ l
ବିଶ୍ୱବ୍ରହ୍ମାଣ୍ଡ ଆଜି କରୁଛି
ଆହ୍ୱାନ ମାନବ ଜାତିର
ପ୍ରତ୍ୟେକ ମାନବକୁ ଜାଗରିତ
କରିବାର୍ଥେ ତାର ଲୁକ୍କାୟିତ
ଗୁପ୍ତ ଜ୍ଞାନ ହୃଦୟ ଅଭ୍ୟନ୍ତରେ
ପ୍ରତିଷ୍ଠିତ କ୍ରମବିବର୍ତ୍ତନ ଲବ୍ଧ
ଜ୍ଞାନ ଗାରିମାକୁ ଗଢ଼ିବାକୁ
ନିଜର ସଫଳତା ଓ ସୁଖ
ସମୃଦ୍ଧି ପୂର୍ଣ୍ଣ ମାନବ-ସାମ୍ରାଜ୍ୟ
ମାନବୀୟ ଗୁଣାବଳୀ ସହିତ
ଶସ୍ୟଶ୍ୟାମଳା ଧରାପୃଷ୍ଠରେ l
ଅତି ଆବଶ୍ୟକୀୟ ମାନବୀୟ
ସ୍ଵଭାଵ ଚାହେଁ ଆଜି ଯଥାର୍ଥ
ପାଳନପୋଷଣ ଶିକ୍ଷା
ଧରାବୁକେ ସିଦ୍ଧକରଣେ ତାର
ଏକ ନ୍ୟାୟଯୁକ୍ତ ଓ
ସତ୍ୟାଧାରିତ ମାନବୀୟ
ସୌଧ ଯାହାକି ଗଠିତ ସତ୍ୟ
ଲବ୍ଧ ନୈସର୍ଗିକ ଶାଶ୍ୱତ
ମାନବସତ୍ତା ସମ୍ମିଳିତ
ଅତିମାନସ ଚେତନାର ଭିତ୍ତି
ପ୍ରସ୍ଥର ଉପରେ l
ହୋଇ ମାନସିକ ସ୍ତରେ
ସୁକେନ୍ଦ୍ରିକ ସୁଦୃଢ଼ କରି ନିଜର
ଶୃଙ୍ଖଳିତ କଳେବରକୁ ଆଉ
ସଂଘବଦ୍ଧ ସୂତ୍ରେ ବାନ୍ଧି ସ୍ବର୍ଗୀୟ
ଗୁଣାବଳୀକୁ ସ୍ଵାତ୍ମଚୈତନ୍ୟେ
କରିପାରନ୍ତା ତାର ସ୍ଵନିୟତିର
ମାଲିକ ନୀଳ ଆକାଶ ତଳେ
ବିଭୁ କୃପାରେ l
କ୍ରମବିବର୍ତ୍ତନବାଦର ଅଜ୍ଞାପତ୍ର
ଆଜି କରୁଛି ଆହ୍ୱାନ ପ୍ରତ୍ୟେକ
ବୈଶ୍ଵିକ ମାନବକୁ ଜାଗିଉଠିବାକୁ
ଓ ନିର୍ମାଣ କରିବାକୁ ତା ନିଜର
ଅଧିକାର ପୂର୍ଣ୍ଣ ଭାଗ୍ୟବିଧାତାଙ୍କୁ
ଉଡ୍ଡୀୟମାନ ହୋଇ ସମସ୍ତ
ସତ୍ତାସମ୍ବନ୍ଧୀୟ ବିବାଦ
ସମୂହର ସୂର୍ଦ୍ଧ୍ଵକୁ ଚିରକାଳ ପାଇଁ
ସାଜିବାକୁ ନିଜର ଦୁର୍ଲଭ ମାନବ
ଜୀବନର ପଥପ୍ରଦର୍ଶକ ଦୁନିଆଁ
ବୁକୁରେ l
ଆହ୍ୱାନ କରୁଛି ଆଜି ବିବର୍ତ୍ତନ
ବାଦ ମାନବସମାଜକୁ ;ଜାଗିଉଠ
ମନପ୍ରାଣଦେଇ ଆଉ ଗଢ଼ିଚାଲ
ତୁମ ନିଜନିଜର ନ୍ୟାଯ୍ୟ ମହାତ୍ମ୍ୟ
ପୂର୍ଣ୍ଣ ଆତ୍ମବିକାଶମୂଳକ
ତାଜ ମହଲ ;ଭୁଲିଯାଅ ସମସ୍ତ
ସ୍ଥିତିକେନ୍ଦ୍ରିକ ବ୍ୟକ୍ତିଗତ ଆବିଳତା
ବାନ୍ଧି ହେଇଯାଅ ଭାଇଚାରାର
ସୁଗନ୍ଧଭରା ପ୍ରେମରଜ୍ଜୁରେ
ପରସ୍ପର ବିଶାଳକରି ନିଜନିଜର
ମନହୃଦୟ ଓ ପରିତ୍ୟାଗକରି
ଅନ୍ତର୍ନିହିତ କୁତ୍ସିତ ମାନସିକତା
ଉଡିଯାଅ ବନ୍ଧୁ ଚାତକ ସଦୃଶ
ଆଧ୍ୟାତ୍ମିକ ଜଗତର ଉଚ୍ଚତମ
ସୋପାନକୁ ସାଜି ନିଜ ନିଜ
ଜୀବନର ନିଜେ ଜଣେ ଜଣେ
ଉର୍ଦ୍ଧ୍ଵଚେତା ଅଧ୍ୟାପକ ଅନନ୍ତକାଳ
ପର୍ଯ୍ୟନ୍ତ ଏହି ବସୁମାତାର
ମାତୃମମତାବୋଳା ସୁଶାନ୍ତ
କୋଳ ଉପରେ l
❤❤❤❤❤❤❤❤
Original click : Bhagirath
Choudhary dated 15.11.24; name of the
English poem written
by him ' Man is the
Master'.
Translation in Odia
Language made by
Abadhoot Panda.
❤❤❤❤❤❤❤❤
