STORYMIRROR

Madhabi Patel

Others

3  

Madhabi Patel

Others

ମାଲୟେସିଆ

ମାଲୟେସିଆ

2 mins
172


ପ୍ରକୃତିର ସୌନ୍ଦର୍ଯ୍ୟ ସୁଷମାରେ ମଣ୍ଡିତ

ମାଳୟେସିୟା ସୁନ୍ଦରୀ।

ସବୁଜ ସବୁଜ ବନ୍ୟ ପାହାଡରେ

ସୁଶୋଭିତ ଯାଦୁଗରୀ।

ପାମ୍ ଗଛର ଅନେକ ସବୁଜିମାରେ

ଚାରିଆଡ ଭରପୂର।

ପାମ୍ ଉତ୍ପାଦନେ ଆଗଭର ସିଏ

ଯୋଗାଏ ଲାଭ ଅପାର।

କକୋ ଓ ସପୁରୀ ପଣସ ଚାଷରୁ

ଲାଭ ପାଏ ଭରପୂର।

ଧାନ ସହ ବିଭିନ୍ନ ଜାତିର ପରିବା

ଚାଷ ଅଟଇ ତାହାର।

ସବୁଠୁ ଅଧିକ ପେଟ୍ରୋଲର ଉତ୍ପାଦନେ

ଧନ ଲାଭ କରି ଥାଇ।

ପାଠପଢାସଂଗେ ସ୍ୱାସ୍ଥ୍ୟ ସେବା ଏଠି

ମାଗଣାରେ ଯାଏ ହୋଇ।

ଜି.ଏସ.ଟି ନିଶୁଳ୍କ ଦରକାରୀ ଜିନିଷ

ମାଗଣାରେ ମିଳିଥାଇ।

ସଫା ସୁତୁରା ଓ ସଚ୍ଚାମନୋଭାବରେ

ଗୁଣିଯାର ଅଧିବାସୀ।

ଚୋରି ଡକାୟତି ଠକାମିରୁ ଊର୍ଦ୍ଧ୍ୱେ

ଅଟନ୍ତି ମାଳୟବାସୀ।

ମନ୍ଦାର ଫୁଲଟି ଜାତୀୟ ଫୁଲଏଠି

ରାସ୍ତାରେ ଟ୍ରାଫିକ ପୋଲିସ ନାହିଁ।

ଗାଡିମଟରର ଭିଡ ନାହିଁ ଜମା

ଭିକାରି ଦିଶନ୍ତି ନାହିଁ।

ଧନ ସମ୍ପତ୍ତିରେ ସମୃଦ୍ଧ ମାଳୟ

ସୁଉଚ୍ଚ ନଭଶ୍ଚୁମ୍ବୀ ପ୍ରାସାଦରେ

ସୁଲତାନଙ୍କର ରାଜପ୍ରାସାଦ ଏବେ ବି

ଠିଆ ଅଛି ପ୍ରତ୍ୟକ୍ଷରେ।

ମନୋରମ ତାର ରୂପ ପରିପାଟୀ

ଲାଇମ୍ ଷ୍ଟୋନର ଭଣ୍ଡାର।

ଚୁନପଥରର ଗୁମ୍ଫାମାନ ଶୋଭିତ

ନିର୍ମିତ କାର୍ତ୍ତକେୟ ମନ୍ଦିର।

ସୁଉଚ୍ଚ ମୂର୍ତ୍ତିଟେ ଠିଆ ହେଇଅଛି

ମାର୍ଗାନ୍ ଦେବତା ନାମେ।

କାର୍ତ୍ତିକେୟ ସେଠି ପୂଜିତ ହୁଅନ୍ତି

ସୁଉଚ୍ଚ ପାହାଡ ଧାମେ।

ନଭଶ୍ଚୁମ୍ବୀ ସୁଉଚ୍ଚ ପାହାଡ ଶୀର୍ଷରେ

ଅଛି ଚାଇନିଜ ମନ୍ଦିର।

ଜେଣ୍ଟିଙ୍ଗ ହାଇଲେଣ୍ଡ, ଶୀର୍ଷରେ ପହଞ୍ଚିଲେ

ଦୃଷ୍ଟିଗୋଚର ଏକ ଭବ୍ୟମହଲ।

ବଣ ପାହାଡର ଶୀର୍ଷରେ ଝୁଲି ଝୁଲି

ବସି କେବୁଲ କାର ଭିତରେ।

ପ୍ରକୃତି ରାଣୀର ଅପରୂପ ଶୋଭା

ଅନୁଭବି ହୁଏ ଆନନ୍ଦରେ।

ଚକ୍ଷୁର ତୃଷ୍ଣାକୁ ନିର୍ବାପିତ ପାଇଁ

ରଖିଛି ଅନେକ ରୂପ।

ଧନ୍ୟ ସେ ବିଧାତା ଗଢିଛି ପ୍ରକୃତି

ତା ସଙ୍ଗେ ଗଢିଛି ଏଇ ମଣିଷ।

ନଭଶ୍ଚୁମ୍ବୀ ମଲ୍ ,ହୋଟେଲ, ଟାଓ୍ୱାର ସବୁ

ଦେଖିଲେ ଆଶ୍ଚର୍ଯ୍ୟ ଲାଗେ।

"ଟ୍ୱିନ୍ ଟାଓ୍ୱାର " ଏଠାର ବିଖ୍ୟାତ

ଚାରିଶହ ବାଉନ ମିଟର ଉଚ୍ଚରେ।

ଅଠାଅଶି ମହଲା ବିଶିଷ୍ଟ ଟାଓ୍ବାର

ଉପରକୁ ଚଢିଗଲେ।

ଲିପ୍ଟ ର ସୁବିଧା ରହିଛି ସେଠାରେ

ନିଏ କୋଡିଏଜଣ ଏକାଥରେ।

ଚଉରାଳିଶି ମହଲାରେ ମଶିଛି ଟାଓ୍ବାର

ଦୃଶ୍ୟ ତା ଆଖ ପାଖର।

ସନ୍ଧ୍ୟା ସାତକୁ ଖୋଲା ହୁଏ ଏହା

ସୁଷମାରେ ଭରପୂର।

ହୀରା ନୀଳା ମଣି ଖଚିତ ପୃଥିବୀ

ଆଲୋକ ମାଳାରେ ଶୋଭା।

ଟ୍ୱିନ୍ ଟାଓ୍ୱାର ଉପରୁ ମାଳୟ

ଦିଶେ ଅପରୂପ ମନଲୋଭା।

ଶୀର୍ଷକୁ ଚଢିଯାଇ ତେୟାଅଶି ମହଲାରୁ

ଯଦି ତଳକୁ ଝାଙ୍କିବ।

ବିସ୍ମିତ ଲାଗିବ ଏମିତି ସୌନ୍ଦର୍ଯ୍ୟ

ଚାରିଆଡେ ଛାଇଥିବ।

ସ୍ୱଚକ୍ଷୁରେ ଦର୍ଶନ ନହେଲେ ସେ ରୂପ

କବିତାରେ ନ ହୁଅଇ କହି।

ଲାଗଇ ଯେମିତି ସ୍ୱର୍ଗ ଓହ୍ଲାଇଛି

ପୃଥିବୀ ରାଣୀର ଅତିଥି ହୋଇ।

ଉଜ୍ୱଳ ଆଲୋକ ମାଳାରେ ଶୋଭିତ

ସାରା ସହରର ଉଚ୍ଚା ହର୍ମ୍ୟ।

ଛୋଟବଡ ସବୁ ଗୃହ ମନୋରମ

ଏକରୁ ଆରେେକ ଭିନ୍ନ।

ଭରି ନେବାପାଇଁ ତାଙ୍କ ସୌନ୍ଦର୍ଯ୍ୟକୁ

କ୍ୟାମେରାରେ ସ୍ଥାନ କାହିଁ?

ତଥାପି ଦର୍ଶକ ବାନ୍ଧି ନେଇଯାଏ

ପରିଜନନଙ୍କ ଦର୍ଶନ ପାଇଁ।

ମାଳୟେସିୟାରେ ରହିଛି ଆହୁରି

ଫେମୋସ୍ ରିସଟ, ବୋଲି ଏକ ସ୍ଥାନ।

ଫ୍ଲାୟାରାରେ ବସି ଏହି ସବୁ ଦୃଶ୍ୟ

କରିହୁଏ ନିରୀକ୍ଷଣ।

ସିଂହ ହାତୀ ବାଘ ଭାଲୁ ହରିଣ

ସନ୍ ବିଅର ଓଟ ଜେବ୍ରା।

ଓଟପକ୍ଷୀ ଜିରାଫ ଆଉ ନାନା ପକ୍ଷୀ

କ୍ରୋକୋଡାଇଲ ନଦୀର ଭୟାକୁଳ ଶୋଭା।

ଲେଗୋଲେଣ୍ଡ,ସଂଗେ ବୁଦ୍ଧ ମନ୍ଦିର ମାନ

ସୁନ୍ଦର ଅନେକ ସ୍ଥାନ।

ଏସବୁ ଦେଖିବା ସମ୍ଭବ ନଥିଲା

ସ୍ୱଳ୍ପ ଦିନର ଆମ ଭ୍ରମଣ।

ଅସୁବିଧା କିଛି ସମ୍ମୁଖୀନ ହୋଇନାହୁଁ

ଗାଇଡ ମାନଙ୍କସୁଚାରୁ ସୁରକ୍ଷାରେ

ସାଂଗ ସାଂଗ ମିଶି ଯାତ୍ରା କଟିଗଲା

ସୁଖ ଅନୁଭବ ନେଇ ଜୀବନରେ।














ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍