ମାଲକାନଗିରି ଜିଲ୍ଲା ସମ୍ବନ୍ଧରେ
ମାଲକାନଗିରି ଜିଲ୍ଲା ସମ୍ବନ୍ଧରେ


ମାଲକାନଗିରି ଜିଲ୍ଲା ସମ୍ବନ୍ଧରେ
💐💐💐💐💐💐💐
୧୯୯୨ ମସିହା ଅକ୍ଟୋବର ଦୁଇ ତାରିଖ
କୋରାପୁଟ ଠାରୁ ଅଲଗା ହୋଇଛି ଜାଣ
ନୂତନ ଜିଲ୍ଲା ଭାବେ ହୋଇଲା ପରିଚିତ
ମାଲକାନଗିରି ଜିଲ୍ଲା ଭାବେ ନାମିତ।(୧)
ଓଡ଼ିଶାର୩୦ଜିଲ୍ଲା ମଧ୍ୟରୁ ଏ ପ୍ରଶାସନିକ ଜିଲ୍ଲା
ଆମ ରାଜ୍ୟ ଦକ୍ଷିଣ ଦିଗେ ଅବସ୍ଥିତ ଏ ଜିଲ୍ଲା
ମୁଖ୍ୟ ସହର ଅଟଇ ଯେ ମାଲକାନଗିରି ପରା
ନବରଙ୍ଗପୁର ତା'ର ଅଟେ ବିଧାନସଭା।(୨)
ପୂର୍ବରେ କୋରାପୁଟ ଜିଲ୍ଲା ଆନ୍ଧ୍ରପ୍ରଦେଶ ରାଜ୍ୟ
ପଶ୍ଚିମ ଦିଗରେ ଅବସ୍ଥିତ ଛତିଶଗଡ଼ ରାଜ୍ୟ
ଉତ୍ତର ଦିଗରେ ଅବସ୍ଥିତ ଜିଲ୍ଲା କୋରାପୁଟ
ଦକ୍ଷିଣ ଦିଗେ ଅବସ୍ଥିତ ଆନ୍ଧ୍ରପ୍ରଦେଶ ରାଜ୍ୟ।(୩)
କିମ୍ବଦନ୍ତୀ କହେ ଖଇରପୁଟ ବ୍ଲକର୨ ପଞ୍ଚାୟତ
୩୨ ଗ୍ରାମରେ୫ହଜାର ବଣ୍ଡା ଜନଜାତି ଙ୍କ ବାସ
ତ୍ରେତୟାରେ ସୀତା ମୁଦୁଲିପଡାର ଝରଣା
ସ୍ନାନ କଲା ବେଳେ ହସିଲେ ରମଣୀ ବଣ୍ଡା।(୪)
ଅପମାନିତ ଓ କ୍ରୋଧିତ ସୀତା ଦେଲେ ଅଭିଶାପ
ସାରାଜୀବନ ରହିବ ତୁମେ ଉଲଗ୍ନ ମସ୍ତକ ଲଣ୍ଡିତ
ଯୁଗ ଯୁଗ ଧରି ତୁମକୁ ଦେଖି ହସିବେ ଲୋକ
ସେଦିନରୁ ଖଣ୍ଡେ ବକଳ ଗଳେ ମାଳିରେ ସଜ୍ଜିତ ।(୫)
ମାଲକାନଗିରି ଚିତ୍ରକୋଣ୍ଡା ମୋଟୁ ୩ ତହସିଲ
କାଲିମେଳା ଖଇରପୁଟ କୁନ୍ଦୁମୁଲୁଗୁମ୍ମା ମାଥିଲି
କୋରୁକୋଣ୍ଡା ମାଲକାନଗିରି ପୋଡିଆ ୭ ବ୍ଲକ
୯୨୮ ଗ୍ରାମ ଏକଶହାଠ ଗ୍ରାମପଞ୍ଚାୟତ।
ଆମ ଜିଲ୍ଲା ମାଲକାନଗିରିର ଏହି ଭୂଗୋଳ।(୬)
ଏକ ଲୋକସଭା ନିର୍ବାଚନ ମଣ୍ଡଳୀ
ଦୁଇଟି ବିଧାନସଭା ନିର୍ବାଚନ ମଣ୍ଡଳୀ
ନବରଙ୍ଗପୁର ଲୋକସଭା ମଣ୍ଡଳୀ
ଚିତ୍ରକୋଣ୍ଡା ମାଲକାନଗିରି ବିଧାନସଭା ମଣ୍ଡଳୀ।(୭)
ପର୍ଯ୍ୟଟନ ସ୍ଥଳୀ ଶୋଭା ବର୍ଦ୍ଧନ
କରେ ଏହି ଜିଲ୍ଲାର,
ବାଲିମେଳା ବଣ୍ଡା ପର୍ବତ ମୋଟୁ
ଅମ୍ମାକୁଣ୍ଡ ଭୈରବୀ ମନ୍ଦିର,
ଆହୁରି ଅଛି ସତୀଗୁଡା
ନଦୀବନ୍ଧ ଯେ ତା'ର।(୮)
ଧାନ ମକା ବାଜରା ମାଣ୍ଡିଆ ସୁଆଁ
ମୁଗ ବିରି ହରଡ଼ ଚିନାବାଦାମ ରାଶି ଜଡା
ମେସ୍ତା କନ୍ଦମୂଳ ଲଙ୍କା ହଳଦୀ ଅଦା
ଋତୁ ଅନୁଯାୟୀ ଫସଲ ଅମଳ ହୁଅଇ ଯାହା।(୯)
ନାଲି ମାଙ୍କିଡିଆ କଳାମାଟି ଜିଲ୍ଲାର
ଫସଫରସ ପଟାସ ଓ ଅମ୍ଳ ଅଧିକ ଏ ମାଟିର
ଶିକ୍ଷା କ୍ଷେତ୍ରରେ ଶତକଡ଼ା ୪୯. ୪୯ଯେ ହାର
ବଣ୍ଡା ଗନ୍ଧବା କନ୍ଧ କୋୟା ପ୍ରମୁଖ ଆଦିବାସୀ ଗଣ।(୧୦)
କଳା ଓ ସଂସ୍କୃତି ନିଆରା ଏ ଜିଲ୍ଲାର
ପର୍ବପର୍ବାଣୀ ରେ ଏ ମାଟି ଆନନ୍ଦ ମୁଖର
ବଡ଼ଯାତ୍ରା ବାଲିଯାତ୍ରା ଯେ ଚୈତ୍ର ପର୍ବ
ଧନୁତୀର ଟାଙ୍ଗିଆ ବର୍ଛା ଅସ୍ତ୍ର ତାଙ୍କର।(୧୧)
ନିଘଞ୍ଚ ଜଙ୍ଗଲ ଓ ଢିପ ଆମ୍ମାକୁଣ୍ଡ ପରିବେଶ
ଭଗବାନ ବିଷ୍ଣୁ ମୀନ ଅବତାର ର ବିଶ୍ଵାସ
ପ୍ରାକୃତିକ ସୌନ୍ଦର୍ଯ୍ୟରେ ସତୀଗୁଡା ନଦୀବନ୍ଧ
ଭୈରବୀ ମନ୍ଦିରେ ଭୈରବୀ ରାଜା ଦ୍ଵାରା ପୂଜିତ
ରାଜାରାଣୀ ପାହାଡ଼ ଉପରେ ସେ ଦୁର୍ଗ ଅବସ୍ଥିତ।(୧୨)
ପ୍ରଭାତେ ସନ୍ଧ୍ୟାରେ ମୋ ମାଲକାନଗିରି
ଦିଶେ ଅପୂର୍ବ ସୁନ୍ଦରୀ,
ପ୍ରାକୃତିକ ପରିବେଶେ କମନୀୟ ରୂପକାନ୍ତି
ଦର୍ଶକ ଆକୃଷ୍ଟ ଭାରି।(୧୩)
ମା ଭୈରବୀ ଲୋ କରୁଛି
ତୋ ପାଦେ କୋଟି ଜୁହାର,
ତୋ ସଂସାର ତୋ ପିଲାଛୁଆଙ୍କୁ
ପଣତ ଘୋଡାଇ ରକ୍ଷାକର ।(୧୪)