STORYMIRROR

Prasanta kumar Hota

Others

3  

Prasanta kumar Hota

Others

ମାଚୃପଣେ ରାଜଭକ୍ତି

ମାଚୃପଣେ ରାଜଭକ୍ତି

1 min
13.7K


ନିର୍ଦ୍ଦୟ ହୋଇ ବି ନିର୍ଦ୍ଦୟ ନୁହେଁ ସେ

କର୍ତ୍ତବ୍ୟର କଷାଘାତେ

ନିର୍ଭୟ ହୋଇ ସେ ନିର୍ଘାତ ହୋଇଲା

ହୃଦୟର ହରା ପଥେ

ଇତିହାସ କଥା ଏହି ରାଜପରିବାର ଧାଇ

ରାଜଧର୍ମ ପାଇଁ ନିଜ ପୁତ୍ର ଦେଲା

ନିଆରା ମାତୃତ୍ବ ବୋହି


ରାଜପୁତ ରାଣା ମୃତ୍ୟୁ ପଥ ଗତେ

ଧର୍ମାବତୀ ହେଲେ ସତୀ

ରାଜପୁତ୍ର ପାଇଁ ପାଳନ ପ୍ରସଙ୍ଗ

ପନ୍ନା ଦେଲେ ପ୍ରତିଶ୍ରୁତି

ରାଜପୁତ୍ର ଉଦୟର ନିଜ ପୁତ୍ର ଚନ୍ଦନର

କେତେ ଭରସାରେ ପନ୍ନା ପାଦପରେ

ହେଇଗଲେ ଏକାକାର


ଜ୍ୟେଷ୍ଠ ବିକ୍ରମର ସିଂହାସନାରୁଢ

ଦାସୀପୁତ୍ରେ ସହ୍ୟ ନାହିଁ

ବହ୍ଲୀ ସେହି ସୁତ ଅରିକୂଳେ ଜାତ

ସିଂହାସନ ନେଲା ବୋହି

ବିକ୍ରମଙ୍କୁ କରି ଚ୍ୟୁତ ଉଦୟେ ହେଲେ ଉଦ୍ୟତ

ଦେଖି ସଙ୍କଟରେ ରାଜ ପରିବାରେ

ପନ୍ନା ହେଲା ଉପନୀତ


ସତୀପଥେ ଧର୍ମା -ବତୀଙ୍କୁ ଯେ କଥା

ଦେଇଥିଲା ଗଲା ବେଳେ

ଉଦୟ ରକ୍ଷଣ କରିବ ବରଣ

ହେବ ନାହିଁ କେବେ ହେଳେ

ବହ୍ଲୀ ଯେବେ ଅଗ୍ରସରେ ଉଦୟ ମୃତ୍ୟୁର ଦ୍ଵାରେ

ପନ୍ନା କି ଦେଖିବ ମରଣକୁ ଆଜି

ଲୁହ ପୋଛେ ନୀରବରେ


ରାଜ ସିଂହାସନ ମେଵାରର ଆଜି

ଷଡଯନ୍ତ୍ରେ ଶିରିହୀନ

ଚକ୍ରାନ୍ତ ଚାଲିଛି ଉଦୟ ନିଧନ

ବିଷାଦରେ ଧାଈ ମନ

ଛାତି ହୁଏ ଥର ଥର ଆଖି ଡିଏଁ ବାମେତର

ଉଦୟ ଶଯ୍ୟାରେ ଚନ୍ଦନ ତାହାର

ଶୁଆଇ କରେ ବାହାର


ବହ୍ଲୀ ବାହୁବଳୀ ଖଡଗେ କରାଳୀ

ପନ୍ନା ଦେଖି ପଚାରିଲା

କାହିଁ ସେ ଉଦୟ ଉତ୍ୟକ୍ତ ହୁଅନ୍ତେ

ନିଜ ପୁତ୍ରେ ଈସାରିଲା

ନାଚେ ବହ୍ଲୀ ପାଇସାରା ବାହିଲା ଲହୁର ଧାରା

ମାତୃ ହୃଦୟର ବ୍ୟଥିତ ବେଦନା

କରୁଥିଲା ଧର୍ଯ୍ୟହରା


ମାତୃ ସ୍ନେହ ଠାରୁ ହୋଇଥିଲା ଉଚ୍ଚ

ରାଜଭକ୍ତି ରାଜରୁଣ

ନିଜର ସନ୍ତାନ ରାଜ୍ୟ ରାଜଭକ୍ତି

ସବୁ ସେହି ମାତୃ ପଣ

ଉଦୟ ବଢିଲେ ଧିରେ ପ୍ରତିଶୋଧ ନେଲେ ଭୂରେ

ନିଜ ସନ୍ତାନ ଯେ ମାତା ପରିଚୟ

କହେ ନାହିଁ କେବେ ଖରେ


ପ୍ରଶାନ୍ତ କୁମାର ହୋତା


Rate this content
Log in