ମାଆର ମମତା
ମାଆର ମମତା
ଇଏ କେମିତିକା ସମ୍ପର୍କ... ଯାହା ଆଗରେ
ଲକ୍ଷେ ସୁନା ହୀରା ଫିକା ପଡ଼ିଯାଏ ।
ଯାହା ମୁହଁ ଚାହିଁ ଦେଲେ... ସବୁ ଦୁଃଖ
ଆପେ ଚାଲିଯାଏ ।
ସାତ ସମୁଦ୍ର,ତେର ନଈ ପାରି ହୋଇ ଗଲେ
ଛିଡ଼ିବନି ଏ, ରକ୍ତର ସମ୍ପର୍କ ।
ଯାହାର ପଣତ କାନି ଢାଙ୍କି ଦେଲେ...
ଦୁନିଆଟା ଲାଗେ ସ୍ୱପ୍ନର ପରୀ ରାଇଜ ପରି।
ସିଏ ପରା ମାଆ... ମମତାମୟୀ, କରୁଣାମୟୀ
ଦୟାର ସାଗର
ପିଲା ପାଦରେ କଣ୍ଟା ଫୁଟିଲେ ମାଆକୁ କାଟେ
&nb
sp; ଅଜବ ଏ,ସମ୍ପର୍କ !
ମଆର ପାଦ ଛୁଇଁ ଦେଲେ...ଲକ୍ଷେ ପାପ କଟିଯାଏ
ଏତେ ତୀର୍ଥ ଯିବା କେଉଁ ପୂଣ୍ୟ ପାଇଁ
ସକଳ ତୀର୍ଥ ତ, ଏଇ ମାଆର ଚରଣେ ।
ପିଲାକୁ ଆସିଲେ ବିପତ୍ତି....ମାଆ ସହିଯାଏ ସବୁ ମୁଣ୍ଡ ପାତି
ହସି ହସି ମୃତ୍ୟୁକୁ ବି କରେ ସଲାମୀ ।
ମାଆର ସ୍ଥାନ... ଈଶ୍ୱରଙ୍କ ଅମୂଲ୍ୟ ବରଦାନ
କାଳେ କାଳେ ପୂଜନୀୟ, ବନ୍ଦନୀୟ ଓ ଚିର ନମସ୍ୟ ।
ମାଆ, ଧୈର୍ଯ୍ୟର ଅନ୍ୟ ନାମ...ସେ ସର୍ବଂସହା
ପୃଥିବୀ ପରି ଶାନ୍ତ,
ନିଜେ କଷ୍ଟ ସହି
ପିଲାକୁ ନିଏ କୋଳେଇ ।
**********