ମାଆର ଦୁଃଖ
ମାଆର ଦୁଃଖ
1 min
665
ଆଖି ଲୁହେ ଆଜି ଗଲିଣି ମୁଁ ଭିଜି
ପୁଅ ମୋର ପଚାରେନା ,
ଯାଇଛି ମନ୍ଦିର ପୂଜିଛି ଠାକୁର
କରି ମଙ୍ଗଳ କାମନା ।
ପିଇଛି ତୋରାଣି ପିନ୍ଧି ଛିଣ୍ଡା କାନି
ପୁଅକୁ କଲି ହାକିମ,
କରିଛି ସେ ଘର ମୁଁ ବାରଦୁଆର
ଅଲୋଡ଼ା ମୋର ଜୀବନ ।
ବୋହୂ କଥା ମାନି କେବେଠୁ ଗଲାଣି
ଦେଉନି ଆଉ ପଇସା,
କାଲି କାଲି ବୋଲି ବରଷେ ହେଲାଣି
ତୁଟି ଯାଏ ମୋ ଭରସା ।
ତା ଶାଶୁ ଶଶୁର ହୋଇଲେ ନିଜର
ମୋତେ କଲା ସାତ ପର,
କହିକି ପାରୁଛି ସହିକି ହେଉଛି
ପୋଡି ଯାଉଛି ଉଦର ।
ପ୍ରିୟଙ୍କା ସାହୁ
