Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Kanduri Charan Rout

Others

3  

Kanduri Charan Rout

Others

ମାଅା

ମାଅା

1 min
12.9K



କଣ୍ଡୁରୀ ଚରଣ ରାଉତ

---------------------

ମାଅାର ସେନେହ ଅମୃତ ସମାନ

କେହି ନୁହେଁ ମାଅା ସମ

ତାହାର ପରଶ ସବୁଠୁ ସରସ

ଅାହା କେତେ ମନୋରମ ।

ନିଜେ ପଛେ ପିନ୍ଧେ ଚିରାଫଟା ଲୁଗା

ଅାମକୁ ପିନ୍ଧାଏ ଭଲ

ନିଜେ ଶୋଇଥାଏ କଣ୍ଟାର ଶେଯରେ

ଅାମପାଇଁ ଦିଏ ଫୁଲ ।

ମାଅର ମମତା ଅଥଳ ସାଗର

ଧୈର୍ଯ୍ୟ ତା ସୂରୁଯ ଅାଭା

ସହୁଥାଏ ନିତି ଅଳି ଅରଦଳି

ସ୍ନେହ ତା'ର ମନଲୋଭା ।

ଅନ୍ତରର ଦୁଃଖ ଚାପିରଖେ ହସେ

ନ ଥାଏ ମନରେ ଖେଦ

ବସୁମତୀ ସମ ସହନଶୀଳା ସେ

କରେନାହିଁ ପ୍ରତିବାଦ ।

ପଣତ କାନିରେ ଘୋଡେଇ ସେ ରଖେ

ପାଖେପାଖେ ସଦା ରହି

ବିପଦେ ଅାପଦେ ସାହା ହୁଏ ମାଅା

ଜନମ ଜନମ ପାଇଁ ।

****

ଶିକ୍ଷକ,ସତ୍ୟବାଦୀ ହାଇସ୍କୁଲ୍

ଧଣ୍ଡାମାଳ, ଦେଓଗାଁ, ବଲାଙ୍ଗିର

ମୋ.୯୯୩୭୯୮୨୮୪୬


Rate this content
Log in