STORYMIRROR

Sudhanjali Mishra

Others

3  

Sudhanjali Mishra

Others

ମାଆ

ମାଆ

1 min
314


ମା'ର ମହତ୍ତ୍ୱ ଜାଣେ ସେତେବେଳେ

ଯେତେବେଳେ ଝିଅ ମା ହୁଏ

ମମତାର ମୂଲ କଳିପାରେ ସେ

ଉଜାଗରେ ଯୋ ରାତି ପାହେ ।।୧।।

ସବୁ ମାତୃଜାତି ସନ୍ତାନ ସୁଖେ

ନିଜସୁଖ ବଳିଦିଅନ୍ତି

ସନ୍ତାନମାନେ ନିଜ ସୁଖଲାଗି

ମା'କୁ ଜରାଶ୍ରମେ ରଖନ୍ତି ।।୨।।

କେତେ ଠାକୁର ପୂଜିଲେ କି ହେବ

ମାତୃଶକ୍ତିକୁ ନପୂଜିବ

ତାଙ୍କ ଆଶୀର୍ବାଦେ ଆଗକୁ ଚଳିବ

କେ ପ୍ରତିବନ୍ଧ ନ ସାଜିବ ।।୩।।

ମା'ର ଶ୍ରଦ୍ଧା ଓ ଗଭୀର ବିଶ୍ବାସ

ଆଗକୁ ଯିବାର ପ୍ରେରଣା

ତାହାକୁ ପାଇ ମୁଁ ଧନ୍ୟହୋଇଲି

ଆଶୀର୍ବାଦ ମୋର କାମନା ।।୪।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍