STORYMIRROR

Rajesh Pattanaik

Others

4  

Rajesh Pattanaik

Others

ମାଆ

ମାଆ

1 min
237


ମମତାମୟୀ ମାଆ ଗୋ ତୁମେ

  ଜନମ ଦେଲ ମୋତେ

ତୁମ ଆଦରେ ବଢିଲି ମୁଁ ଯେ

  ସରଗ ଚାନ୍ଦ ସତେ ।।


ଭଲ ଲାଗେ ତୁମ ପଣତ କାନିରେ

 ପୋଛିବାକୁ ମୋର ମୁହଁ

ତୁମରି କୋଳରେ ନିଦ ଭଲ ଆସେ

  ଲୁଚି ପୋଛିପ।ରେ ଲୁହ ।।


ମନର କଥାକୁ ତୁମେ ପଢିପାର

  ଆଉ କେ ପାରିବ କାହିଁ

ଯେତେ ଯାହା ହେଲେ ମାଆର ମମତା

   ମିଳି ତ ପାରିବ ନାହିଁ ।।


ପରିବାର ପାଇଁ ସବୁ କରିପାର

  ନିଜ ପାଇଁ କିଛି ନାହିଁ

ତୁମ ଭଳି ଆଉ କେ ହୋଇପାରିବ

  ସବୁ ତ ଆମରି ପାଇଁ ।।


ସୁଖ ଶାନ୍ତି ପାଇଁ ଦେବୀ ସାଜିପାର

  ବଳିଦାନ କର ସବୁ

ପୁଅଝିଅ ପାଖେ ମନ ଲାଖିଥାଏ

  ପ୍ରଭୁଙ୍କ ପାଖରେ ବିଭୁ ।।


ଏତିକି ମାଗୁଣି କରିବୁ କାଳିଆ

  ମାଆକୁ ହେବୁ ତୁ ସାହା 

ବିପଦେ ଆପଦେ ଘୋଡେଇ ରଖିବୁ

  ମୋତେ କରିଥିବୁ ଆହା  ।।।।



Rate this content
Log in