Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Sangeeta Barik

Others

1.0  

Sangeeta Barik

Others

ମାଆ

ମାଆ

1 min
175


         

   

ମାଆର ଜଠର ପ୍ରତିଟି ଜୀବର

  ଅଟଇ ପ୍ରଥମ ବାସ,

ତା ବୁକୁ ଅମୄତ ପହିଲି ଆଧାର

  ସତେ ସଞ୍ଜୀବନି ରସ ।

ପରଶ ତାହାର ଶୀତଳତା ସୁଧା

  ବଞ୍ଚିବାକୁ ରାହା ଦିଏ,

କୋଳରେ, ପଣତେ ଆଲିଙ୍ଗନେ ଅବା

  ବୈକୁଣ୍ଠର ସୁଖ ଥାଏ ।

ସେ ଜୀବନ ଯାତ୍ରାରେ ପ୍ରଥମ ଗୁରୁ

   ତୋଳେ ସଂସ୍କାରିତ କରି,

କେବେ ସେନେହରେ କେବେ ଆକଟରେ

   ଦିଏ ପ୍ରେମ ସୁଧା ଭରି ।

ମାଆ ଓ ସନ୍ତାନ ସମ୍ବନ୍ଧଟି ସଦା

  ସବୁଠାରୁ ଶକ୍ତିଶାଳୀ,

ପ୍ରତି ବାଧାବିଘ୍ନ ଆଶିଷେ ତାହାର

  ଯାଏ ନିର୍ବିଘ୍ନରେ ଜଳି ।

ଈଶ୍ବରଙ୍କ ପାଶେ ନତମସ୍ତକ ସେ

   ସନ୍ତାନ ମଙ୍ଗଳ ପାଇଁ,

ସରଳପଣ ତା ପାରେନାହିଁ ବୁଝି

  ପିଲାର ଈଶ୍ଵରୀ ସେହି ।

  **


Rate this content
Log in