ମାଆ
ମାଆ
1 min
215
ମା ' ଠୁ ମଧୁର
ନାହିଁ ଆଉ ଡାକ
ଏ ମହୀମଣ୍ଡଳେ କିଛି ।
ମା ' ଠୁ ସେନେହି
ନାହିଁ ଆଉ କେହି
ଦିଅ ପଛେ ଜଗତ ଘାଣ୍ଟି ।
ମମତାମୟୀ ସେ କରୁଣାର ବିନ୍ଦୁ
ବିନା ସ୍ବାର୍ଥରେ ଢାଳି ଯାଏ
ପ୍ରେମର ସିନ୍ଧୁ ।
ସହି ସବୁ ଦୁଃଖ କଷ୍ଟ
ଢାଙ୍କି ରଖେ ତାଅଂଶକୁ
ସେନେହ ଭରା ପଣତ କାନିରେ ତାର ।
ସନ୍ତାନ ମୁହିଁରେ ତା
ହସ ଆଣିବାକୁ ପୃଥିବୀ ସାଜି
ସହିଯାଏ ସବୁ ଯାତନା ।
ମେଘ ସାଜି ଭିଜେଇ ଦିଏ
ସେ ତାର ପ୍ରେମ ବର୍ଷାରେ,
ନିଜେ ପଛେ ଭାସି ଯାଉ
ଝଡ ବାତ୍ୟାରେ ।
ଏତେ ସେନେହି ମମତାମୟୀ
ସେ କେବଳ ମା ' ହିଁ
ହୋଇ ପାରେ ବନ୍ଧୁ
ମା' ମୋ ମାଆ ।
