STORYMIRROR

Sunita Barik

Others

3  

Sunita Barik

Others

ମାଆ

ମାଆ

1 min
140

ମାଆ ତୋର ପାଦତଳେ

ସ୍ଵର୍ଗ ସୁଖ ମୋର

ତୋ ପଣତ କାନି ତଳେ

କଟେ ସବୁ ଦୁଃଖ ମୋର

ତୋର ସେଇ ଗାଳି ସବୁ

ମୋ ପାଇଁ ଚନ୍ଦନ

ତୋର ଅବଦାନ ପାଇଁ

ମୋର ଏ ଜୀବନ

ଜୀବନ ର ଚଲାବାଟେ

ତୁ ମୋର ଆଶରା

ତୋ ବିନା ମୋ ଜୀବନ ଟା

ବେରଙ୍ଗ ଓ ଅଧୁରା

ତୁ ଥରେ ଡାକି ଦେଲେ

ଧନ ବୋଲି ମୋତେ

ସବୁ ଅବସାଦ ଘୁଞ୍ଚେ

ନିମିଷ ମଧ୍ୟରେ

ତୋ ଋଣ ଏ ଜୀବନେ

ମାଆ ଶୁଝିପାରିଵିନି

ହେଲେ ତୋ ଆଖିରେ

ଲୁହ ଟୋପେ କେବେ

ବି ଦେବିନି

ତୋର ତ୍ୟାଗ ଅନୁରାଗ

ମମତାର ସ୍ପର୍ଶ

ଆଉ କେଉଁ ଠାରୁ ମାଆ

ମିଳିବ କହ ତ!

ଏତିକି ଆଶିଷ ମାଆ

ମୋ ଉପରେ ଥାଉ

ତୋ ସେବା ରେ ମୋ

ଜୀବନ କଟୁଥାଉ

ଜାଣ ଅଜାଣରେ ଯାହା

ଦୋଷ ମୁଁ କରିଛି

ସବୁ ଦୋଷ କ୍ଷମିବୁ ମା

ଏତିକି ମାଗୁଛି

କେଉଁ ଜନମର ପୁଣ୍ୟ ଫଳ

ଏ ଜନମେ ପାଇଛି

ତୋ ଗରଭେ ଜନମିଛି

ବୋଲି ଗରବ କରୁଛି

ଈଶ୍ୱର ଙ୍କୁ ବାସ୍ତବରେ

ଦେଖି ପାରିବିନି

ତୋ ରୂପ ରେ ତାଙ୍କୁ

ନିତି ଦର୍ଶନ କରୁଛି

ପ୍ରତି ଜନମରେ ମାଆ

ତୋ ସନ୍ତାନ ରୂପେ

ଜନମିଵି ଧରାଧାମେ

ଏତିକି ମାଗୁଣି ପ୍ରଭୁ ହେ

ମାଆ ତୋ ସମ ଆଉକେ

ନାହିଁ ଏ ସଂସାରେ

ତୋର ପାଦପୂଜା ହେଉ ଥାଉ

ସଵୁ ଯୁଗ ଯୁଗରେ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍