ମାଆ
ମାଆ
1 min
159
ମାଆ ତୋ ହାତ ପରସା
ଅମୃତ ଠୁ ବଳି
ଭାରି ମିଠା ଲାଗେ ମାଆ
ତୋ ଓଠର ଗାଳି
ପୋଛି ଦେଉ ପଣତରେ
ସବୁ ଦାଣ୍ତ ଧୂଳି
ଏଡିକିରୁ ଏଡେ କଲୁ
ସହି ମୋର ଅଳି
ଗେଲ କରି ଶୁଆଉ ତୁ
ଗାଇ କେତେ ନୋରୀ
ଭୋକ ହେଲେ ଖୁଆଉ ତୁ
ଗେଲ କରି କରି
ମାଆ ତୁ ମୋ ପାଇଁ
ଦେବୀ ଠାକୁରାଣୀ
ତୋ ସ୍ନେହ ପଣତ ପାଖେ
ହେଲି ସଦା ଋଣୀ ।
