STORYMIRROR

srikant behera

Others

3  

srikant behera

Others

ମାଆ

ମାଆ

1 min
181


ସବୁ ଦୁଃଖ ସହି  ଲୁହ ଚାପି ଦେଇ 

   ହସ ଦେଉଥାଏ ପୁଣି 

ଭୋକେ ରହି ନିଜେ ଚିରା କନା ପିନ୍ଧେ

   ମଲ୍ଲୀ ଫୁଲ ହୁଏ ବୁଣି |1


ମାଆର ସେନେହ  ଭୁଲି ଯାଏ ପୁଅ 

    ବଡ ହୋଇଗଲା ପରେ 

ତଥାପି ଜନନୀ   ଅଟେ ବଡ଼ ଦାନୀ 

    ଢାଙ୍କି ରଖେ ପଣତରେ |2


ମାଆର କରଜ  ଆଉ ତା ଦରଜ 

   ସୁଝି ପାରିବେନି କେହି 

କଣ୍ଟାଟି ଫୁଟିଲେ ଲହୁବି ବହିଲେ 

   ହସି ହସି ଚାଲୁଥାଇ |3


ଲେଖୁଛି ଶେଷରେ  ଛୋଟ କଲମରେ 

    ମାଆହିଁ ମମତା ମୟୀ 

ଯେତେ କଷ୍ଟ ହେଉ ଝଡ଼ ପଛେ ବହୁ 

   ପୂଜିବି କଷଣ ସହି |4


Rate this content
Log in