ମାଆ
ମାଆ
1 min
219
ନିଜ ବିଶ୍ଵାସର ଆତ୍ମତୃପ୍ତି ବଳେ
ସନ୍ତାନକୁ ଜନ୍ମ ଦିଏ ,
ବକ୍ଷରୁ ଅମୃତ ସନ୍ତାନକୁ ପେଇ
ଦୁବରୁ ଦ୍ରୁମ କରାଏ ।୧।
ସନ୍ତାନର ରକ୍ଷା କବଚ ରୂପରେ
ଦେବୀ ରୂପେ ମାଆଟିଏ ,
ନିଃସ୍ୱାର୍ଥପଣରେ ଭଲ ପାଇବାହିଁ
"ମା" ଦାନରେ ମିଳିଥାଏ ।୨।
ମାଆ ହାତର ସେ ' କଅଁଳ ପରଶେ
ସ୍ନେହ, ଶ୍ରଦ୍ଧା ଭରିଥାଏ ,
ମାଆ କାନି ତଳ ଆଦର ସରାଗେ
ଆଶୀର୍ବାଦ ଝରୁଥାଏ ।୩।
ଆତ୍ମବିଶ୍ୱାସ ଓ ଦୃଢ଼ ମନବଳ
ମାଆ ହିଁ ଶିଖାଇ ଥାଏ ,
ଭଲ ଆଉ ମନ୍ଦ ଭୁଲ ଆଉ ଠିକ୍
ରାସ୍ତାକୁ ଚିହ୍ନାଇ ଦିଏ ।୪।
ସଂସାର ହାଟର ଲମ୍ବା ପଥ ପରେ
ପ୍ରଥମ ଗୁରୁମା ସିଏ ,
ଜନ୍ମଦାତ୍ରୀ ମାତା ନିବିଡ ସମ୍ପର୍କେ
ମାଆ ପରି ହେବ କିଏ ?।୫।
