STORYMIRROR

ପବିତ୍ର ବେହେରା , ସମ୍ବଲପୁର

Others

3  

ପବିତ୍ର ବେହେରା , ସମ୍ବଲପୁର

Others

ମାଆ

ମାଆ

1 min
11.6K


ଛଡ଼େଇନେ ପଛେ 

 ମୋ ଦେହରୁ ଜୀବନ,

ଛଡ଼େଇନେ ପଛେ

 ହୃଦୟରୁ ସ୍ପନ୍ଦନ।2।

ଛଡ଼େଇନେ ସପନ

 ମୋ ସବୁ ରାତିର,

ତୋ ବିନା ଲାଗେ

 ସବୁ ଅନ୍ଧାର।।

ଏ ମା ମୋ କଥା

  ଶୁଣିଯା ତୁ ଗୋଟେଥର।

ଏ ମା ମୋ ପାଶେ

  ଫେରିଆ ତୁ ଗୋଟେଥର।

ଏ ମା ମୋତେ ପୁଅ

  ଡାକିଦେ ତୁ ଗୋଟେଥର।

ଏ ମା ମୋତେ ଗାଳି

  ଦେଇଯା ତୁ ଗୋଟେଥର।

ଏ ମାଆ.. ମାଆ... ମାଆ.. ମାଆ...

ତୋ ହାତ ଧରି

  ଶିଖିଛି ମୁଁ ବାଟ ଚାଲି,

ତୋ ଦୁଇ ଆଖିରେ

  ଦୁନିଆଁ ଦେଖେ ମୁଁ ବୁଲି।।

ତୋ ବିନା ଲାଗେନା

  କେହି ତ ନିଜର,

ତୋ ବିନା ସାରା

   ଦୁନିଆଁ ପର ।।।

ଏ ମା ମୋ କଥା

 ଶୁଣିଯା ତୁ ଗୋଟେଥର।

ଏ ମା ମୋତେ ପୁଅ

 ଡାକିଦେ ତୁ ଗୋଟେଥର।

ଏ ମା ମୋ ପାଶେ

  ଫେରିଆ ତୁ ଗୋଟେଥର।

ଏ ମା ମୋତେ ଗାଳି

  ଦେଇଯା ତୁ ଗୋଟେଥର।।

ସରଗ ଠୁ ଉଚ୍ଚ

  ପୃଥିବି ଠୁ ବଡ ନା ତୋରି,

ତୋ ପଣତ କାନି

  ତଳେ ସରଗ ସୁଖ ମୋରି।।

ଛଡ଼େଇନେ ନିଶ୍ୱାସ

   ମୋ ହୃଦୟ ର,

ଲୋଡ଼ା ନାହିଁ ଆଉ

   କିଛି ବି ମୋର।।

ଏ ମା ମୋ କଥା

 ଶୁଣିଯା ତୁ ଶେଷଥର।

ଏ ମା ମୋ ପାଶେ

 ଫେରିଆ ତୁ ଗୋଟେଥର।

ଏ ମା ମୋତେ ପୁଅ

 ଡାକିଦେ ତୁ ଗୋଟେଥର।

ଏ ମା ଗାଳି

 ଦେଇଯା ତୁ ଗୋଟେଥର।

ଏ ମାଆ. ମାଆ. ମାଆ.ମାଆ

 ମାଆ ମେରେ ମା।....


Rate this content
Log in