STORYMIRROR

Ramesh takri

Others

4  

Ramesh takri

Others

ମାଆ

ମାଆ

1 min
261


ମାଆ ତୁମେ ମୋତେ   ଜନମ ଦେଇଛ

    ଏ ସୁନ୍ଦର ଧରାଧାମେ

ଭୁଲିବିନି କେବେ   ତମରି ଦାନକୁ

    ବଞ୍ଚିବି ତୁମରି ନାମେ ।୧.


ସେବା ମମତାର.  ପ୍ରତିମୂର୍ତ୍ତି ଦେବୀ

    ତୁମେ ତ କରୁଣା ମୟୀ 

ମୋ ଜୀବନେ ତୁମେ   ଅଧିକ ନିଜର

     ତୁମ ସରି ନାହିଁ କେହି।୨


ଭୋକବେଳେ ମୋତେ   ଆହାର ଯୋଗାଇ

    କେତେ ଯେ, ସେବା କରିଛ

ଦୁଃଖ ସଙ୍କଟରେ   ଆପଦ ବିପଦେ

    ଉଦ୍ଧାର କରି ଆଣିଛ ।୩.


ଖାଇବା ପିନ୍ଧିବା   ହସିବା କାନ୍ଦିବା

    ଶିଖାଇଅଛ ପ୍ରଥମେ

ଚାଲି ଦଉଡ଼ିବା   ଖେଳିବା ବୁଲିବା

    ଶିଖାଇଲ ମୋତେ ତୁମେ ।୪.


କଥା କହିବାକୁ   ଶିଖାଇ ପ୍ରଥମେ

    ବ୍ଯବହାର ଶିଖାଇଛ

ଏହି କାରଣରୁ   ଗୁରୁମାତା ହୋଇ

    ମୋ ହୃଦୟେ ବିରାଜିଛ ।୫.


ଦୟା,କ୍ଷମା,ଶାନ୍ତି,  ସୁଗୁଣ ଅନେକ

    ହୃଦୟେ ସ୍ଥାନ ଦେଇଛ

ସ୍ନେହ ମମତାର   ମଧୁର ବଚନ

    ମୁଖରେ ଫୁଟାଇ ଅଛ ।୬.


ଚାଲିବି ଆଗକୁ   ନ ପଡ଼ିବି ଥକ୍କି

    ମୋ ଜୀବନ ଚଲାପଥେ

ଭଲ କାମ କରି   ବଞ୍ଚିବି ଜଗତେ

    ଆଶୀର୍ବାଦ କରମୋତେ ।୭

     


Rate this content
Log in