STORYMIRROR

srikant behera

Others

3  

srikant behera

Others

ମାଆ

ମାଆ

1 min
181


ମୁଁ ନୁହେଁ ସେଇ  ମାଆ  ଦିବସ ପାଇଁ 

    ଜଣାଇବି ଜନନୀକୁ 

ହାତ ସବୁ ଦିନ  ପୁଜା କରେ ମନ 

    ତା ଦୁଇ ଚରଣକୁ |1


ଛୋଟ ବେଳେ କେତେ କୁନି କୁନି ପାଦେ 

    ଚଢିଛୁ ପିଠି ପେଟକୁ 

ବଡ଼ ହେଲା ପରେ  ସେହି ଦୁଇ ଗୋଡ଼େ 

    ମାରି କରୁ ବାହାରକୁ |2


ତଥାପି ତ ମାଆ   ହୋଇଥାଏ ସାହା 

   ଦୁଃଖ ଯଦି କେବେ ଆସେ 

ବିପଦକୁ ଟାଳି   ସାଜେ ମାଆ କାଳୀ 

   ଖିଲି ଖିଲି ହୋଇ ହସେ |3


ମାଆ କ୍ଷୀର ଖାଇ  ସେନେହ ବି ପାଇ 

    ପୁଅ ହୁଏ ବଡ଼ ଲୋକ 

ବୁଢ଼ୀ ହୋଇଗଲେ  ପର କଥା ପାଲେ 

    ରଖି ଦିଏ ତାକୁ ଭୋକ |4


ଏଭଳି ସନ୍ତାନ  ତା କେମିତିକା ମନ 

    ଏନ୍ତୁଡ଼ିରୁ ମାରିଦିଅ 

ଜନ୍ମ ହୋଇ କାଇଁ  ଜଗତ କୁ ଯାଇ 

   କହେ ମାଆ ମୋର ପ୍ରିୟ |5


ଏତିକି ଲେଖୁଛି  ମନ ବୁଝେଇଛି 

   ସେହି ମୋ ଟିକି ଦୁନିଆ

ଲୁହ ପଛେ ଝରୁ ଲହୁବି ବାହାରୁ 

   ଡାକିବି ମୁଁ ମାଆ ମାଆ |6

    ଡାକିବି ମୁଁ ମାଆ ମାଆ |6




Rate this content
Log in