STORYMIRROR

Sanjukta Padhi

Children Stories

3  

Sanjukta Padhi

Children Stories

‌ ମାଆ ସଂଯୁକ୍ତା ପାଢୀ

‌ ମାଆ ସଂଯୁକ୍ତା ପାଢୀ

1 min
293


ଶୂନ ଶାନ୍ ରାତିର ଶବ୍ଦକୁ ବାରି

ବୋଝେଇ ଟ୍ରକ ସବୁ ଚାଲେ

ଜୀର୍ଣ୍ଣ ଶୀର୍ଷ କ୍ଲୀଷ୍ଟ ରାଜପଥକୁ

ସମ୍ପୂର୍ଣ୍ଣ ଏକାକୀ ନିଃସ୍ଵ କରି ।।

ତୁ ବି କିଛି କମ୍ ନ ଥିଲୁ ଲୋ

ତୋ ଦୁର୍ବଳ ତନୁକୁ ଖଟାଇ

ସୁଖଦୁଃଖ ର ବୋଝ ସାଉଁଟି

ପୂର୍ଣ୍ଣ କରିଥିଲୁ କାମଧେନୁ ପରି ।।

ଜୀବନକୁ ତୋ ବ୍ରତ କରିଦେଲୁ

କର୍ତ୍ତବ୍ୟ ପାଇଁ ତୁ କ'ଣ ନ ସହିଲୁ

ତୋ ଭିତରର ଶୂନ୍ୟତା କୁ

ତୁ କେଉଁଠି ଲୁଚାଇଲୁ ।।

ତୁ ଥିବା ଭିତରେ ଦେଖିନି କେବେ

ଝଡ ଝଞ୍ଜା କି ବାଆ ବତାଶ

କରାଇ ଦେଲୁନି କେବେ ବି

ପୂଜା ପାଠ କି ବ୍ରତ ଉପବାସ

ସବୁରି ମଙ୍ଗଳ କାମନା କରି

ସ୍ବାନ୍ତନା ଦେଉ ନିଜକୁ ଜାଳି

ମନ ଚିହ୍ନୁଥିଲୁ ମୁହଁ କୁ ଚାହିଁ

ତୋ ପରି ମାଁ ଟିଏ ପାଇବି କାହିଁ ।

ଆଜି ତୋ ବିନା ଲାଗେ ଆନମନା

ତୁ ସିନା ଥିଲୁ ଅଝଟ ଆଲଣା

ମନ ବଜାରର ଖାଣ୍ଟିବଣିଆ  

  ତୁଚ୍ଛ ଲାଗେ ଏବେ ସାରା ଦୁନିଆ ।।

               

             


Rate this content
Log in