Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Pranati Panda

Others

4.0  

Pranati Panda

Others

ମାଆ ସନ୍ତୋଷୀ ଗୋ ..

ମାଆ ସନ୍ତୋଷୀ ଗୋ ..

1 min
197



ମାଆ ସନ୍ତୋଷୀ ଗୋ' ତତେ ମୋ ' ରହିଲା ରାଣ....

ବିଶ୍ଵ ଜନନୀ ଗୋ ' ନିଃଶ୍ଵ ବାଣୀ ଥରେ ଶୁଣ................


ଶୁଣ "ମା" କଲ୍ୟାଣୀ  ତୁହି ମାତା ରାଣୀ

      ଦଣ୍ଡ ନାହିଁ ଅକାରଣ ,

ଜାଣେନା ଜନନୀ  ଧରେ ପାଦ ବେନି

      କାନ୍ଦଇ ମୋର ପରାଣ । 


ଆଶା ବୈତରଣୀ   ବୁହାଇଛୁ ପୁଣି

      କରମ ଦିଏ କଷଣ ,

ମା' ଦୁଃଖ ହାରିଣୀ  ବେଳ ବୁଡ଼ିଲାଣି

     ଦୁଃଖ କର "ମା" ‌ହରଣ ।


ମୁଁ ' ଅବୋଧ ନାରୀ  ସନ୍ତାନ ତୋହରି

      କରିବୁନି " ମା " ବାରଣ ,

ଦୁର୍ଗତି ହାରିଣୀ   ଜଗତ କଲ୍ୟାଣୀ

      ଆଶା ମୋ' କର ପୂରଣ ।


ଏ' ମନ ଉଦାସୀ ମାଆ ଗୋ' ସନ୍ତୋଷୀ

     ଫେଡ଼ ବାରେ ମୋ' କଷଣ ,

ଜଣାଏ ପ୍ରଣତି     ଜାଳି ଆଶାବତୀ

      ଚରଣେ ଦେ ମା' ଶରଣ।


      


Rate this content
Log in