Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Sagar Kumar Parida

Others

3  

Sagar Kumar Parida

Others

ମାଆ ଶକ୍ତିମୟୀ

ମାଆ ଶକ୍ତିମୟୀ

1 min
414


ମାଆଲୋ ତୁ ଆଦ୍ୟା ଅନ୍ନପୂର୍ଣ୍ଣା ଶକ୍ତିମୟୀ

ଦୂର୍ଗା ରୂପେ ଅନଳରୁ ଆବିର୍ଭୂତା ହୋଇ ।।


ତୁ କାଳୀ କରାଳୀ ମାଗୋ ନରମୁଣ୍ଡମାଳୀ

ଦୁର୍ଗତି ନାଶିନୀ ଦୁଷ୍ଟ ଦନୁଜ ସଂହାରି ।।


ଚଣ୍ଡ ମୁଣ୍ଡ ବିନାଶିନୀ ନିଶୁମ୍ଭ ନାଶିନୀ

କଇଟଭ ମେଦେ ସୃଷ୍ଟି କରିଲୁ ମେଦିନୀ


ନନ୍ଦଘରେ ଯୋଗମାୟା ରୂପେ ଜନମିଲୁ

କଂସର ମରଣ ପାଇଁ ବ୍ୟବସ୍ଥା କରିଲୁ ।।


ମହିଷାସୁରକୁ ମାରି ରଖିଲୁ ତ୍ରିପୁର

ଶ୍ରୀରାମ ପୂଜାରେ ତୋଷ ହୋଇ ଦେଲୁ ବର ।।


ତୋର ପଦ ସେବା କରି ଯମଦଗ୍ନି ବାଳ

କୁକ୍ଷତ୍ରି ମାନଙ୍କ ପାଇଁ ହେଲେ ମହାକାଳ


ତୋର କୃପା ଯାହାପରେ ରୁହଇ ଅତୁଟ

ଭବେ କିଏ କରିପାରେ ତାହାର ଅନିଷ୍ଟ ।।


କାଳିଦାସ ପାଇଥିଲେ ତୋର କୃପା ଦୃଷ୍ଟି

ଲେଖିଗଲେ କାବ୍ୟମାନ ଯୁଗଜୟୀ ସୃଷ୍ଟି।।


ତୁହି ମାଆ ମହିମାମୟୀ ତ୍ରିଦେବ ବନ୍ଦିତା

ତୋର ପଦ୍ମପାଦେ ମୋର ଲୋଟୁ ସଦା ମଥା ।।



Rate this content
Log in