STORYMIRROR

Arendra Kumar

Others

3  

Arendra Kumar

Others

ମାଆ ର ତ୍ୟାଗ

ମାଆ ର ତ୍ୟାଗ

1 min
752

ମାଆ ତୋ ପଣତେ    ମୁହଁ ପୋଛିବାକୁ

       ଭାରି ଇଛା ହୁଏ ଆମର

ପାଠ ଷାଠ ପଢ଼ି      ନାମକୁ ଶିକ୍ଷିତ

       ତୋ'ଠୁ ଆମେ ବହୁଦୂର

ଚାକିରୀ କରିବ       ବଡ଼ଲୋକ ହବ

        କହୁଥିଲୁ ଦିନେ ଆମକୁ

ପୁଅ ଦୁଇଟାଙ୍କୁ       ପାଖରେ ନପାଇ

        କାନ୍ଦୁଚୁ ଲୁଚେଇ ଲୁହକୁ

ଆମ ଖୁସି ପାଇଁ       ବୁଢ଼ୀ ବୟସରେ

        ପରଘରେ ମୁଲ ଲାଗିଚୁ

ଏତେ ଦୁଃଖ ଥାଇ     ଜୀବନରେ ତୋର

        ଆମକୁ ଖୁସିରେ ରଖିଚୁ

ଯେତେ ଲେଖିଲେବି     ସରିବନି ମାଆ

       ତୋ ଜୀବନ ଦୁଃଖ କଥା

ତୋ ତ୍ୟାଗ, ସାହସ     ବିରତ୍ୱ ପାଖରେ

        ନଇଁଯାଏ ଆମ ମଥା

ତୁ ଆମପାଇଁ          ଚଳନ୍ତି ଠାକୁର

       ତୋ ପାଖେ ଅଳି ଆମର

ସବୁ ଜନମରେ        ତୋହରି କୋଳରେ

       ଜନମୀବୁ   ପ୍ରତିଥର ।


   


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍