ମାଆ ପାଇଁ ପଦେ
ମାଆ ପାଇଁ ପଦେ
ମାଆ ମୋର ଅଟେ ଜୀବନ୍ତ ଠାକୁର
ଯା ପାଦେ ସରଗ ସୁଖ
ପାଦ ତଳେ ଗୋଟେ ନମସ୍କାର କଲେ
ଭୁଲିଯାଏ ସବୁ ଦୁଃଖ ।
ଅବର୍ଣ୍ଣନୀୟ ସାକ୍ଷାତ ପ୍ରତିମା ସ୍ବରୂପ
ଧରାଧାମେ ଅବତରି
ସନ୍ତାନ ପାଖେ ସେ ଅମୃତମୟୀ
ଦିଏ ସ୍ନେହ ମମତା ଢାଳି ।
ବିପଦ ଆପଦେ ରକ୍ଷାକବଚ ସେ
କଷ୍ଟ ସହେ ବାରମ୍ବାର
ସନ୍ତାନ ସୁଖେ ସୁଖୀ ହୋଇଥାଏ
କରି ଦୁନିଆକୁ ପର ।
କରୁଣାମୟୀ ସେ ଦୟାର ସାଗର
ନଥାଏ ପାଖେ ପର ଆପଣା
ସଭିଙ୍କୁ ନିଜର କରୁଥାଏ ନିତି
ସହି କେତେ କେତେ ଯନ୍ତ୍ରଣା ।
ମନ କଥା ସବୁ ଜାଣିପାରେ ଚିତ୍ତେ
କହିବାକୁ ପଡେ ନାହିଁ
ତିଳ ତିଳ ଜଳେ ସଭିଙ୍କ ସକାଶେ
ଭଲପାଏ ହୃଦୟ ଦେଇ ।
କି ବର୍ଣ୍ଣନା କରିବି ମାଆର ସ୍ବରୂପ
ଶବ୍ଦରେ ବଖାଣି ପାରେନି
ମୁର୍ଖ ଅବୋଧ ମୁଁ ଏତିକି ଜାଣଇ
ମୋ ମାଆ ପାଖେ ସରଗ ଭୂଇଁ ।
ଯଦି ମଲାପରେ ମଶାଣି ଭୁଇଁରେ
ପାଉଁଶ ଟିକିଏ ହୁଏ
ପବନରେ ଉଡି ଉଚ୍ଚ ସ୍ଵରରେ କହିବି
ମୋ ମାଆକୁ ମୁଁ ଭଲପାଏ ।