ମାଆ ଓ ମମତା
ମାଆ ଓ ମମତା
1 min
168
ମାଆଟି ମୋହର ଅତି ଆପଣାର
ସରଗଠୁ ଗରିୟସୀ
ନିସ୍ବାର୍ଥ ପ୍ରେମର ମଧୁର ଧାରାଟି
କଲ୍ୟାଣୀ ମମତାମୟୀ ।୧
ତା ବୁକୁର ଧାର ଅମୃତ ସମାନ
ଧାଉଁଛି ମୋ ଧମନୀର
ତା ମମତା ଧାରା ସଦା ସ୍ରୋତସ୍ବଚୀ
ବୁଝେନା ଆପଣାପର ।୨
ନିଜେ ଭୋକେରହି ଖୁଆଏ ମୋତେ ସେ
ମୋ ଇଚ୍ଛା ପୂରଣ ପାଇଁ
ସଲଢିଥାଏ ସିଏ ପ୍ରକୃତି ବିରୁଦ୍ଧେ
ସନ୍ତାନର ଜୟ ପାଇଁ ।୩
ତା ମମତା ମୂଲ ଜୀବନ ଦେଇ ବି
ସୁଝି ପାରେନା ସନ୍ତାନ
ଦୁଃଖ ଯନ୍ତ୍ରଣାକୁ ଗଳାମାଳି କରି
କାଟି ଦିଏ ତା ଜୀବନ ।୪
ମାଆ ଓ ମମତା ମହାନତା ତାର
ବର୍ଣ୍ଣିବାକୁ ନାହିଁ ଭାଷା
ଜନମେ ଜନମେ ତାରି କୋଳରେ
ଜନମ ନେବାକୁ ଆଶା ।
