STORYMIRROR

Nihar Ranjan Acharya

Others

4  

Nihar Ranjan Acharya

Others

ମାଆ ଓ ମମତା

ମାଆ ଓ ମମତା

1 min
436

ମମତାର ମଧୁ ଅଙ୍କରେ 

ଥାଏ କେତେ କୋମଳତା 

ତା' ପାଟିର ବୁଢ଼ା ପାଗଳା ପାତିଆ ଡାକରେ 

ଥାଏ କେତେ ମହାନତା। 


      ପାରିଛି କି କେହି ମାପି 

      କେତେ ଏହାର ଗଭୀରତା 

      ଶେଷରେ ସବୁ ଭୁଲ୍ ବୁଝି 

      ଭୁଲିଯାଆନ୍ତି ତା' ସ୍ନେହ ମମତା। 


ଧୋକା ଖାଇଯାଏ ଦିନେ 

ତା' ବାତ୍ସଲ୍ୟ ପ୍ରେମ ଓ ମାତୃତ୍ୱବୋଧତା 

ତଥାପି ହାରିଯାଏନି କେବେ 

ତା' ଛାତିର ଅନାବିଳତା। 


     ନିଜର କରିନିଏ ତା' ଡାକରେ 

     ଯେତେ ସବୁ ମନର ଦୁର୍ବଳତା 

     ପାଖକୁ ଟାଣିନିଏ ତା' ସ୍ନେହରେ 

     ଯେତେ ସବୁ କୁପଥର ଦୂରତା। 


ମାଆ ପରି ମାଆଟିଏ ପାଇଛି ମୁହିଁ 

ନୁହେଁ କେହି ତା' ସମାନତା 

ଯେତେ କଷ୍ଟଦେଲେ ତାକୁ 

ଭାବେନି କେବେ ସେ ଅସୁସ୍ଥତା। 



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍