STORYMIRROR

jagabandhu sahu

Others

3  

jagabandhu sahu

Others

ମାଆ ମୋ ପ୍ରଥମ ପ୍ରେମ

ମାଆ ମୋ ପ୍ରଥମ ପ୍ରେମ

1 min
245

ଜୀବନଠୁ ଯାକୁ    ପାଉଛି ମୁଁ ଭଲ

    ରଖିଛି ହୃଦେ ସାଇତି

ସୟନେ ସପନେ   ଅବା ଜାଗରଣେ

    ତା କଥା ଭାବୁଛି ନିତି


ଯେତେ ଦୂରେ ଥିଲେ ତାର କଥା ସବୁ

    ନିତି ଯେ ପଡଇ ମନେ

ଭାସି ଆସେ ତାର    ସୁନ୍ଦର ଛବିଟି

    ଏଇ ମୋ ଦୁଇ ନୟନେ


ତା'ବିନା ଅଧୁରା  ଏଇ ମୋ ଜୀବନ

    ସିଏ ମୋ ଛାତି ସ୍ପନ୍ଦନ

ହୃଦୟ ମନ୍ଦିରେ   ପୂଜେ ନିତି ତାକୁ

   ଦେଇ ସ୍ନେହ ଶ୍ରଦ୍ଧା ପ୍ରେମ


ସବୁ ଦୁଃଖ କଷ୍ଟ    ସହି ଯାଏ ପୁଣି

   ଦେଲା ଯିଏ ମୋତେ ଜନ୍ମ

ଆଉ କେହି ନୁହେଁ ସେଇ ମାଆ ମୋର

    ଅଟେ ଯେ ପ୍ରଥମ ପ୍ରେମ


Rate this content
Log in