ମାଆ ମୋ ପ୍ରଥମ ପ୍ରେମ
ମାଆ ମୋ ପ୍ରଥମ ପ୍ରେମ
1 min
251
ଜୀବନଠୁ ଯାକୁ ପାଉଛି ମୁଁ ଭଲ
ରଖିଛି ହୃଦେ ସାଇତି
ସୟନେ ସପନେ ଅବା ଜାଗରଣେ
ତା କଥା ଭାବୁଛି ନିତି
ଯେତେ ଦୂରେ ଥିଲେ ତାର କଥା ସବୁ
ନିତି ଯେ ପଡଇ ମନେ
ଭାସି ଆସେ ତାର ସୁନ୍ଦର ଛବିଟି
ଏଇ ମୋ ଦୁଇ ନୟନେ
ତା'ବିନା ଅଧୁରା ଏଇ ମୋ ଜୀବନ
ସିଏ ମୋ ଛାତି ସ୍ପନ୍ଦନ
ହୃଦୟ ମନ୍ଦିରେ ପୂଜେ ନିତି ତାକୁ
ଦେଇ ସ୍ନେହ ଶ୍ରଦ୍ଧା ପ୍ରେମ
ସବୁ ଦୁଃଖ କଷ୍ଟ ସହି ଯାଏ ପୁଣି
ଦେଲା ଯିଏ ମୋତେ ଜନ୍ମ
ଆଉ କେହି ନୁହେଁ ସେଇ ମାଆ ମୋର
ଅଟେ ଯେ ପ୍ରଥମ ପ୍ରେମ
