STORYMIRROR

Suresh chandra Padhy

Others

3  

Suresh chandra Padhy

Others

ମାଆ ଲକ୍ଷ୍ମୀ

ମାଆ ଲକ୍ଷ୍ମୀ

1 min
408

ମାଆ ତୁମକୁ କୋଟି ପ୍ରଣାମ 

କେହି ହେବ ନାହିଁ ତୁମ ସମ

ତୁମେ ସାଗର ଗର୍ଭରୁ ଜାତ ହୋଇଲ

ସମୁଦ୍ର ମନ୍ଥନ ବେଳେ ନାରାୟଣଙ୍କୁ

ବିବାହ କଲ

ତୁମେ ଅନ୍ନ ବସ୍ତ୍ର ଦେଉଅଛ ଜଗତକୁ

ତୁମେ କୃପା କଲେ ସବୁ ମିଳେ ଭକ୍ତଙ୍କୁ

ତୁମେ ସ୍ୱଚ୍ଛତାକୁ ଭଲ ପାଉଅଛ

ସ୍ୱଚ୍ଛତା ଯେଉଁଠି ତୁମେ ସେ ସ୍ଥାନେ

ରହୁ ଅଛ

ତୁମେ ଶ୍ରୀୟାର ଭାବ ଜାଣିଲ

ତାକୁ ଅସରନ୍ତି ସମ୍ପତ୍ତି ଦେଇଥିଲ

ତୁମ ନାମ ନେଲେ ଦୁଃଖ ଚାଲିଯାଏ

ରୋଗୀ ରୋଗରୁ ମୁକ୍ତ ହୁଏ ,

ଭକ୍ତ ସଂସାରରୁ ତରିଯାଏ

ତୁମ ବିନା ଜଗତ ବଞ୍ଚି ନ ପାରିବ

ତୁମରି କରୁଣା ସଦା ରଖିଥିବ

ମୁଁ ଦୀନ ଅକିଞ୍ଚନ କି ଦେଇ ପୂଜିବି

ମୋତେ ସୁଦୟା କରିବ ବିନତି କରିବି



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍