STORYMIRROR

Suresh chandra Padhy

Others

3  

Suresh chandra Padhy

Others

ମାଆ କତ୍ୟାୟିନି

ମାଆ କତ୍ୟାୟିନି

1 min
299

ମାଆ ତୁମେ ଅଭୟଦାୟିନି

ତୁମେ ମାଆ ଜଗତ ଜନନୀ

ଚତୁର୍ଭୁଜାରେ ସାହା ହୁଅ ଠାକୁରାଣୀ

ମନ୍ଦାର ମାଳିନୀ ଦେବୀ ସିଂହ ବାହିନୀ

ତୁମକୁ ଗୋପୀ ଗଣ ବ୍ରଜେ ପୂଜି ଥିଲେ

କୃଷ୍ଣଙ୍କୁ ପତି କରିବାକୁ ମନାସୀ ଥିଲେ

ତୁମରି କୃପାରୁ କୃଷ୍ଣଙ୍କୁ ପାଇଲେ

ସବୁ ମାୟା ଛାଡି ବ୍ରହ୍ମରେ ମିଶିଲେ

ତୁମରି କୃପାରୁ ସୀତା ରାମଙ୍କୁ ପାଇଲେ

ତୁମକୁ ପୂଜି ରୁକ୍ମିଣୀ କୃଷ୍ଣଙ୍କୁ ଭେଟିଲେ

ତୁମ ନାମ ନେଲେ ମାଆ ବିପତ୍ତି ଚାଲିଯାଏ 

ଶତ୍ରୁ ବି ପାଖରୁ ଦୂରେଇ ଯାଏ

ତୁମରି ସୁଦୟା ସଦା ରଖିଥିବ

ମୋ ପରି ମୂଢ଼କୁ ସାହା ହୋଇଥିବ



ಈ ವಿಷಯವನ್ನು ರೇಟ್ ಮಾಡಿ
ಲಾಗ್ ಇನ್ ಮಾಡಿ