ମାଆ କୋଳ
ମାଆ କୋଳ
ମା କୋଳେ ଶିଶୁ ଜୀବନ ଅଂକୁର
ମାଟି ମାଆ କୋଳେ ଅନ୍ତ ଜୀବନର
ମାଆ ଲାଗି ସିନା ଜୀବନ ସୁନ୍ଦର
ଅଛି କି ବିକଳ୍ପ ମାଆ ମମତାର ? [୧]
ମାଆ କ୍ଷୀର ଶୁଦ୍ଧ ଅମୃତର ଧାର
ବିଶ୍ଵନିୟନ୍ତାଙ୍କ ଦେଖ ଚମତ୍କାର
ଜୀବନ ଧାରଣେ, ଧରଣୀ ମାତାର-
ଅଙ୍କରେ ସାଇତା ଜୀବନ ସମ୍ଭାର ! [୨]
ମାଆର ସେନେହ ଚିର ଅମଳାନ
ସବୁ ସମ୍ପର୍କ ଉପରେ ମହାନ
ପ୍ରତ୍ୟାଶା ନରଖି ସେନେହର ଦାନ
ବାଳ ପାଇଁ ତେଜେ ନିଜ ସୁଖ ମାନ । [୩]
(ତୋ) ଆକଟ ଆଖିରେ ଶାସନର ଗାଳି
ଝାଡ଼ି ଦେଇଛି ମୋ ଅପରାଧ ଧୂଳି
(ମୋ) ହୃଦ ଉଦ୍ୟାନର ତୁହି ଶ୍ରେଷ୍ଠ ମାଳି
ସଫଳ ସୁମନେ ପ୍ରସ୍ଫୁଟିତ, କଳି । [୪]
ସଂସା
ର ହାଟରେ ବାଟବଣା ହୁଏ
ଅଠାକାଠିରେ ମା ଛନ୍ଦି ହୋଇଯାଏ
ଅସାର ବନ୍ଧନେ ବାନ୍ଧି ହୋଇଯାଏ ;
ତୋ ନିଷ୍କାମ ପ୍ରେମ ଭାଳି ହେଉଥାଏ। [୫]
ବୁଲି ଆସିଲି ମୁଁ କାଶୀ ବିଶ୍ୱନାଥ ,
ବାରଣାସୀ, ପୁରୀ ଧାମ, ବଦ୍ରୀନାଥ,
ତୋ କୋଳ ପରଶ ଶାନ୍ତି ଅପର୍ଯ୍ୟାପ୍ତ
ଶ୍ରୀ ଚରଣେ ଠୁଳ ପୁଣ୍ୟ ପଞ୍ଚତୀର୍ଥ । [୬]
ତୋ ସାଥେ ରହିବା ସଉଭାଗ୍ୟ କାହିଁ !
କର୍ତ୍ତ୍ୟବ୍ୟ ଅହ୍ୱାନେ ଦୂରେ ଅଛି ରହି
ତୋ କୋଳ ସାନିଧ୍ୟ ଝୁରୁଅଛି ମୁହିଁ
ରହିଥା ନିରୋଗୀ,ଦୀର୍ଘଜୀବୀ ହୋଇ । [୭]
ସଫଳତା ଶେଷ ଶିଖରକୁ ଯାଇ
ଅମାପ ସମ୍ପଦ ଠୁଳ କରି ଦେଇ
ପାରିଛିକି ମାଆ ଋଣ ସୁଝି କେହି ?
ତାର ତ୍ୟାଗ ମୂଲ, ଅମୁଲ୍ୟ ସେପାଇଁ । [୮]