STORYMIRROR

ନାୟକ ଅକ୍ଷୟ ରାଜହସ୍ତୀ

Others

3  

ନାୟକ ଅକ୍ଷୟ ରାଜହସ୍ତୀ

Others

ମାଆ ଗୋ ମାଆ

ମାଆ ଗୋ ମାଆ

1 min
277

ମାଆ ଗୋ ମା ଥରେ ଆଉଁସି ମସ୍ତକ

ପଡୁ ଆଶିଷ ହସ୍ତରୁ ଝରି

ମାଆ ଗୋ ମା...

ତା ଆଖିରୁ ଧାର ଧାର ଲୋତକ ଟିକକ ପାଇଁ

କାହିଁକି ଗଡ଼ାଇ ଦିଏ ଚଗଲା ସନ୍ତାନ ପାଇଁ

ମାଆ ଗୋ ମା...

ଅମାପ ଅଳି ଅର୍ଦ୍ଦଳି ଦିଏ ତା 'ପୁରା କରି ll

ସମ୍ମୁଖୀନ ହୁଏ ନାନା ଝଡ଼ଝଞ୍ଜା ଭେଦ କରି

ମାନ ଅପମାନ ଘୃଣା ଭାବକୁ ଉପେକ୍ଷା କରି

ମାଆ ଗୋ ମା.....

ସନ୍ତାନ ହିତେ ଆଖିରୁ ନିଦ ଯାଏ ଅପସରି ll

ଅଖିଆ ଅପିଆ ଆଃ ଅଭୁଲା ସେବା ସତ୍କାର

କର୍ମ ପଥେ ଧାବମାନ କେବଳ ସାହା ଠାକୁର

ମାଆ ଗୋ ମା....

ଅଭୁଲା ତା' ଅମୃତ ବାଣୀ କେ ପାରିବ ପାସୋରି ll

ଯୁଗେ ଯୁଗେ ସର୍ବ ସ୍ଥଳେ ତା ଅଧମ ସନ୍ତାନର

ଚିର ଋଣୀ କରିଦେଉ ଅଭୁଲା ସ୍ମୃତି ଭିତର

ମାଆ ଗୋ ମା...

ଜନମେ ଜନମେ ଆଶ୍ରା ଚରଣ ଧୂଳି ll


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍