STORYMIRROR

Alekha Pasad Moharana

Others

4  

Alekha Pasad Moharana

Others

ମାଆ ଏକ ଶବ୍ଦ-

ମାଆ ଏକ ଶବ୍ଦ-

1 min
250

       

ପବିତ୍ର ଶବଦ ଅଭିଧାନେ ମଧ୍ୟ

ପଠନେ ଜାଗଇ ଭାବ

ନୂତନ ପ୍ରେରଣା ନବ ଉଦ୍ଦୀପନା

ପରାଣେ ହୁଏ ଉଦ୍ଭବ।


ତନୁ ମନ ଭିଜେ ଶିହରଣ ସୃଜେ

ତନୁ ମନେ ମୋର ସଦା

ଭାବିଦେଲେ ଥରେ ଉଚ୍ଛୁଳେ ଅନ୍ତର

ଘୁଂଚିଯାଏ କଷ୍ଟ ବାଧା ।


ସେହି ଶବଦରୁ ଅବିରତ ଝରେ

ସେନେହ ମମତା ସୁଧା

ଅନୁରାଗ ପ୍ରୀତି ଅସରା ସମ୍ପତି

ସନ୍ତାନର କଟେ ଦ୍ଵିଧା।


ସପନର ଝର ଶୁଷ୍କ ନିଥର

ହୁଏନାହିଁ କେବେ ଏବେ

କରୁଣା ତଟିନୀ କେବେ ତ ଶୁଖେନି

ଶବଦ ପରଶେ ଭବେ।


ସେହି ଶବ୍ଦ ପରା ସଂସାରେ ନିଆରା

ମାଆ ବୋଲି କୁହେ ଶାସ୍ତ୍ର

ସଦା ଉଚ୍ଚାରଣ କାଟଇ କଷଣ

ସନ୍ତାନ ହୁଏନି ଦୁସ୍ଥ ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍