STORYMIRROR

Ajit Kumar Raut

Others

3  

Ajit Kumar Raut

Others

ମାଆ ଦୁର୍ଗାଙ୍କ ନବରାତ୍ରି ପୂଜା

ମାଆ ଦୁର୍ଗାଙ୍କ ନବରାତ୍ରି ପୂଜା

1 min
379


ପ୍ରାରମ୍ଭଟି ହେଲା ନବରାତ୍ରି ପୂଜା

ମାଆଙ୍କୁ ବିଭିନ୍ନ ରୂପେ,

ପ୍ରେମ ଶ୍ରଦ୍ଧା ଭକ୍ତି ରଖିଣ ପୂଜନେ

ନବରାତ୍ରି ପୂଜା ରୂପେ।୧।


ପ୍ରଥମ ପୂଜନ ଶୈଳୀ ପୁତ୍ରୀ ରୂପେ

ଧନଧାନ୍ୟ ପରିପୂର୍ଣ୍ଣ,

ସବୁ ହିଁ ବୈଭବ ମିଳେଟି ତାହାକୁ

ଗୃହ ହୁଏ ହର୍ଷପୂର୍ଣ୍ଣ।୨।

 

ଦ୍ୱିତୀୟ ପୂଜନ ଅଟେ ମାଆଙ୍କ

ବ୍ରହ୍ମଚାରିଣୀର ରୂପେ,

ପୂଜନ କରେଟି ଏହୁ ରୂପେ ତାଙ୍କୁ

ଭକ୍ତିପୂତ ହୋଇ ରୂପେ।୩।


ତ୍ୟାଗ ବୈରାଗର ଭବନା ଜାଗ୍ରତ

ପୂଜନ କଲେଟି ରୂପେ,

ସମଭାବ ମନ୍ତ୍ର ଆବିର୍ଭାବ ହୁଏ

ଧ୍ୟାନ କଲେ ଏହୁ ରୂପେ।୪।


ଚନ୍ଦ୍ରଘଣ୍ଟା ଅଟେ ତୃତୀୟ ରୂପଟି

ପୂଜା ହୁଏ ନବରାତ୍ରେ,

ଭକ୍ତିପୂତ ହୋଇ ପୂଜନ କରିଲେ

ପାପ ରୁହେ ନାହିଁ ଗାତ୍ରେ।୫।


ଚତୁର୍ଥ ରୂପଟି କୁଷ୍ଣାଣ୍ଡା ନାମରେ

ଭକ୍ତି ଭାବେ କଲେ ପୂଜା,

ସିଦ୍ଧି ପ୍ରାପ୍ତି ହୁଏ ପୂଜିଲେ ଏ ରୂପ

କୁଷ୍ଣାଣ୍ଡା ରୂପରେ ପୂଜା।୬।


ପଞ୍ଚମ ରୂପଟି ସ୍କନ୍ଦମାତା ରୂପ

ମନବାଞ୍ଛା ପୂର୍ଣ୍ଣ ହୁଏ,

ଖ୍ୟାତି ମିଳେ ଭକ୍ତେ ପୂଜନେ ଏ ରୂପ

ଅପୂର୍ବ ଗୌରବ ଦିଏ।୭।


ଷଷ୍ଠ ରୂପ ଅଟେ କାତ୍ୟାୟିନୀ ରୂପ

ଭକ୍ତ ପୂଜେ ଏହୁ ରୂପ,

ସବୁ ଇଚ୍ଛା ତାର ପୂରଣ ହୁଅଇ

ପୂଜନେ ମାଆଙ୍କ ରୂପ।୮।


ସପ୍ତମ ଦିନରେ କାଳରାତ୍ରୀ ରୂପେ

ପୂଜୁ ଥାନ୍ତି ଭକ୍ତଜନେ,

ଶତ୍ରୁଙ୍କର ନାଶ ଅବଶ୍ୟ ହୁଅଇ

କାଳରାତ୍ରୀଙ୍କ ପୂଜନ।୯।


ମହାଗୌରୀ ରୁପ ଅଷ୍ଟମ ରୂପରେ

ମାଆଙ୍କର ପୂଜା ହୁଏ,

ଏହୁ ରୂପେ ପୂଜା ମାଆଙ୍କୁ କରିଲେ

ସମୃଦ୍ଧିର ବୃଦ୍ଧି ହୁଏ।୧୦।


ନବମୀ ରାତ୍ରରେ ସିଦ୍ଧିଦାତ୍ରୀ ରୂପ

ଭକ୍ତି ମନେ କଲେ ପୂଜା,

କଷ୍ଟ ଦୂର ହୁଏ ସୁଖ ପ୍ରାପ୍ତି ହୂଏ

ସିଦ୍ଧିଦାତ୍ରୀ ରୂପେ ପୂଜା।୧୧।


ପ୍ରାରମ୍ଭଟି ହେଲା ନବରାତ୍ରି ପୂଜା

ମାଆଙ୍କୁ ବିଭିନ୍ନ ରୂପେ,

ପ୍ରେମ ଭକ୍ତି ଶ୍ରଦ୍ଧା ରଖିଣ ପୂଜନେ

ନବରାତ୍ରି ପୂଜା ରୂପେ।୧୨।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍