STORYMIRROR

Purna chandra Rana

Others

3  

Purna chandra Rana

Others

ମାଆ ଦୁର୍ଗା

ମାଆ ଦୁର୍ଗା

1 min
259

ରମ୍ଭାସୁର ଦୃଢ ତପସ୍ୟା ବଳରେ

ପ୍ରସନ୍ନ କରିଲେ ଅଗ୍ନି ଦେବଙ୍କୁ

କି ବର ମାଗୁଛ ମାଗ ତୁମେ ରମ୍ଭା 

ପୂରଣ କରିବି ତୁମ ଇଚ୍ଛାକୁ l୧


ଆମ କୋଳେ ଗୋଟେ ପୁତ୍ର ଜନ୍ମ ଦିଅ

ଦୟାର ସାଗର ଅଗ୍ନି ଦେବତା

ରମ୍ଭା ପତ୍ନୀ ଗର୍ଭେ ପୁତ୍ର ଜାତ କଲେ

ତଥାସ୍ତୁ କହିଲେ ଦୟାର ଦାତା l୨


ରମ୍ଭା ପତ୍ନୀ କୋଳୁ ଜାତ ହେଲା ପୁତ୍ର

ନାମ ଥିଲା ତାର ମହିଷାସୁର

ତପସ୍ୟାର ବର ବ୍ରହ୍ମା ଦେଲେ ତାଙ୍କୁ

ଖୁସିରେ ବିଭୋର ହେଲା ଅସୁର l୩ 

 

ବ୍ରହ୍ମା ବର ବଳେ ପରାକ୍ରମୀ ହେଲା

ଖଳାସୁର ସେହି ମହିଷାସୁର

ଦେବଲୋକେ ଯାଇ କଲା ଯେ ତାଣ୍ଡବ 

ଅତ୍ଯାଚାର କଲା ସିଏ ପ୍ରଚୁର l୪


ଦେବତା ମାନଙ୍କୁ କରିଲା ସେ ବନ୍ଦୀ

କଲା ସିଏ ବହୁତ ଅତ୍ଯାଚାର 

ଚିନ୍ତାର କାରଣ ହେଲା ସଭିଙ୍କର 

ଦୁଷ୍ଟାସୁର ସେହି ମହିଷାସୁର l୫


ଦେବତା ମାନଙ୍କ ଭାଳେଣି ପଡିଲା 

ହେଲେ ସବୁ ସ୍ତବ୍ଧ ଦେବଲୋକରେ

ସଭିଏଁ ଧାଇଁଲେ ବିଷ୍ଣୁଙ୍କ ପାଖକୁ

ବିନତୀ କରିଲେ ତାଙ୍କ ପାଖରେ l୬ 


ଶେଷ ହେଲା ପୁଣି ଦେବ ଆଲୋଚନା

ବାହାର କରିଲେ ସୁଉପଚାର

ସବୁ ଦେବ ମିଶି ଏକ କଲେ ଶକ୍ତି

ଗଠନ କରିଲେ ନାରୀବତାର l୭


ଅସ୍ତ୍ରଶସ୍ତ୍ର ସବୁ ପ୍ରଦାନ କରିଲେ 

ମାଆ ଦୁର୍ଗା ତାଙ୍କ ନାମ ରଖିଲେ

ସିଂହ ବାହାନରେ ବସେଇଲେ ତାଙ୍କୁ 

ଅସୁର ନିବାସେ ପ୍ରବେଶ କଲେ l ୮


ଯୁଦ୍ଧ ପାଇଁ ପୁଣି ଡାକରା ମାରିଲେ 

ଜଗତ ଜନନୀ ସେ ଦୁର୍ଗାଦେବୀ 

ନାରୀ ସ୍ୱର ଶୁଣି କମ୍ପିଲା ଅସୁର

ସତେ ଯେ ଉଠିଲେ ପଶ୍ଚିମେ ରବି l୯


ନାରୀ ବୋଲି କହି ଉପହାସ କଲେ

ଦୁଷ୍ଟ ଅସୁର ସେ ମହିଷାସୁର 

ଅମର ବର ଯେ ପାଇଛି ବ୍ରହ୍ମାଠୁ

ତୁ କ'ଣ କରିବୁ ଏ ଅସୁରର l୧୦


ଘମାଘୋଟ ଯୁଦ୍ଧ ହୋଇଲା ସେଠାରେ

ବଦ୍ଧ ହେଲା ପୁଣି ମହିଷାସୁର 

ଦେବଲୋକେ କେତେ ଖୁସିର ଲହରୀ

ହେଲା ଦୁର୍ଗାଙ୍କ ଜୟ ଜୟକାର l୧୧


ଦୁର୍ଗତିନାଶିନୀ ଦୁଷ୍ଟ ବିନାଶିନୀ

ଗନ୍ଦ ପୁଷ୍ପେ ପୁଣି ପାଇଲେ ପୂଜା

ସଙ୍କଟହାରିଣୀ ମହିଷାମର୍ଦ୍ଧିନୀ

ଜଗତେ ଉଡିଲା ବିଜୟ ଧ୍ୱଜା l୧୨


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍