ମାଆ ବ୍ରହ୍ମଚାରିଣୀ
ମାଆ ବ୍ରହ୍ମଚାରିଣୀ
1 min
230
ହଜାରେ ବର୍ଷ କଠୋର ତପସ୍ୟା କରି
ଶିବଙ୍କୁ ପୂଜିଲୁ ମାଗୋ ନିର୍ଜଳା ରହି
ତୋ ଭକ୍ତିରେ ପ୍ରସନ୍ନ ହୋଇ......
ବର ଦେଲେ ମନସ୍କାମ ପୂରଣ ପାଇଁ
କହିଦେଲୁ ତୋ ମନ କଥା ଫିଟାଇ
ପତି ରୁପରେ ତାହାଙ୍କୁ ବରିବା ପାଇଁ
ପତ୍ନୀ ରୁପେ ତୋତେ ସ୍ୱୀକାରି...
ବାମ ପାର୍ଶ୍ୱେ ବସାଇଲେ ଜଗତ ସାଇଁ
ତପ ବଳେ ଈଶ୍ୱରଙ୍କୁ ପାଇଲୁ ବୋଲି
ବ୍ରହ୍ମଚାରିଣୀ ନାମରେ ପ୍ରସିଦ୍ଧ ହୋଇ
ପୂଜା ପାଉ ତୃତୀୟେ ତୁହି......
ନବରାତ୍ରୀ ସମୟରେ ମାଆ ଶିବାନୀ
ଜୟ ଶିବଙ୍କ ଭାବିନୀ ବ୍ରହ୍ମ ଚାରିଣୀ
ହସ୍ତେ ଜପାମାଳି କମଣ୍ଡଳୁଧାରିଣୀ
ଶୁଣ ବାରେ ମୋର ମାଗୁଣି.....
ଚରଣେ ମାଗେ ଶରଣ ମୁଁ ଆହ୍ଲାଦିନୀ
