ମାଆ ବିରଜା
ମାଆ ବିରଜା
1 min
197
ଭକ୍ତି ର ପ୍ରତୀକ ଦେବୀ ଆଦି ମାତା
ତୁହି ଲୋ ବିରଜା ମା,
ତୋତେ ସଭକ୍ତିରେ ଡାକିଦେଲେ ଥରେ
ସଦା ହୋଇ ଥାଉ ସାହା ।
ଯାଜପୁର କ୍ଷେତ୍ରେ ଉଡ଼େ ତୋର ଧ୍ଵଜା
ବିରଜା ପୀଠ ଯେ କହି,
ମାତା ବୈତରଣୀ ତୋ ପଦ ଧୋଉଛି
କୁଳୁ କୁଳୁ ଗୀତ ଗାଇ ।
ଜାଣି ନାହିଁ ସ୍ତୁତି ପୂଜା ଆରାଧନା
ତୋର ଅବୋଧ ସନ୍ତାନ,
ନମି ପାଦ ପଦ୍ମେ ପ୍ରଣତି କରୁଛି
ରଖ ମୋର ନିବେଦନ ।
ଆଦ୍ଯଶକ୍ତି ମାତା କି ଗୁଣ ଗାଇବି
କାହିଁ ଅବା ମୋର ଶକ୍ତି,
ଅଜ୍ଞାନ ଅନ୍ଧାର ମୋ ଚକ୍ଷୁରେ ପୂର୍ଣ୍ଣ
ମୁଁ ପାମର ମୂଢ ମତି ।
ତୋର କ୍ଷେତ୍ର ଧୂଳି ମୁଣ୍ଡେ ହୋଇ ବୋଳି
ଡାକୁଛି ପୟରେ ତୋର,
ସଭିଙ୍କ କଳସେ ଭରିଦେ ଆଶିଷ
ଏତିକି ସୁଦୟା କର ।
