Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Shashanka sekhar Ray

Others

5.0  

Shashanka sekhar Ray

Others

ମାଆ ଆଉ ମମତା

ମାଆ ଆଉ ମମତା

1 min
393


ମା ଓ ମମତା

ଶଶାଙ୍କ ଶେଖର ରାୟ


ମମତାଭିଜା ଚିରା ପଣତକାନିକୁ

କଣ ଛୁଇଁପାରୁଛି

ବାହାରର ହାଡଭଙ୍ଗା ଶୀତ

ନିଆଁଠାରୁ ଆହୁରି ଉଷୁମ

ଛାତିର ନରମ କମଳ ତଳେ

ଯେଉଁଠି ବେଶ ଆରାମରେ

ଶୋଇଯାଇଛି ଦୁଇମାସର ଶିଶୁଟି ।

ସବୁ ଯନ୍ତ୍ରଣା ସହିପାରେ ଏକା ମାଆ

ଲହୁଲୁହକୁ ଏକାକାର କରି

ଛାତିର କୋହକୁ ଜାବୋଡି

ଆଖିରେ ସାତ ସପନର ପୁଟୁଳି ବାନ୍ଧି

ରାତିରାତି ଉଜାଗର

ଗୋଟେ ନୂଆ ସକାଳର ପ୍ରତିକ୍ଷାରେ

କାଟୁଥାଏ ଦୋକାନ ବାରଣ୍ଡାରେ ରାତିଟି ।

ଶୋଇଯାଇଛି ଏ ସହର

ଶୋଇଯାଇଛି ମଣିଷପଣିଆ

ଆହା ପଦେ ବାହାରୁନି ମୁଖେ କାହାରି

ପାଗଳୀଟିଏ କହି ଦେଲେ ଘଉଡାଇ

ରାସ୍ତାକଡେ ପଡିଛି ଭାଗ୍ୟକୁ ଆଦରି

କିଏ ବା ବୁଝେ ଗରିବର ବେଦନା

ସଭିଏଁ ଧାଇଁଛନ୍ତି ଏଠି ନିଜ ସ୍ଵାର୍ଥକୁ ।

ଦୁବଘାସ ପରି ମରୁମରୁ ସେ ବଞ୍ଚିଛି

ଦଳାଚକଡା ପାଦର ଆଘାତ

ଯିଏ ସହିପାରିଛି

ତା ପାଖରେ ହାଡଭଙ୍ଗା ଶୀତ କିଛି ନୁହେଁ

ତାଳଗଛ ବାହୁଙ୍ଗାରେ ବାୟାବସା ଭଳି

କେତେ କେତେ ଝଡକୁ ସାମ୍ନା କରି

ପଣତେ ଢାଙ୍କିଛି ତାର କଅଁଳ ଭବିଷ୍ୟତକୁ ।

ମୋ - ୭୩୭୭୧୯୭୯୯୯

ବଟରପଡା ରାଜକନିକା କେନ୍ଦ୍ରାପଡା


Rate this content
Log in