Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Subhadra Singh

Others

3  

Subhadra Singh

Others

ମା

ମା

2 mins
190


ମୁଁ କେଉଁ ଶବଦ ରେ ବିଦିତ କରିବି ତୁମକୁ ,

ଏ ବର୍ଣ୍ଣ ଗୁଡିକ ତ ତୁମଠୁ ସୃଷ୍ଟି ।

ମୁଁ କେଉଁ ଶୃଙ୍ଗାର ରେ ଭୂଷିତ କରିବି ତୁମକୁ, 

ଏ ସୌନ୍ଦର୍ଯ୍ୟ ର ତ ତୁମେ ଅଧିଷ୍ଠାତ୍ରୀ। 


ମୁଁ କେଉଁ ଆବେଗରେ ସ୍ଥାନିତ କରିବି ତୁମକୁ 

ତୁମେ ତ ଉତ୍କଣ୍ଠା ର ସାମ୍ରାଜ୍ଞୀ। 

ମୁଁ କେଉଁ ଆଶ୍ଚର୍ଯ୍ୟ ଟି ଉପହାର ଦେବି ତୁମକୁ, 

ତୁମେ ତ ଏ ବିଶ୍ୱ ର ସୃଷ୍ଟି କାରିଣୀ। 


ମୁଁ କେଉଁ ପୁଷ୍ପ ରେ ବାନ୍ଧିବି ତୁମ କେଶକୁ, 

ତୁମେ ତ ସୌରଭ ର ରୂପ। 

ମୁଁ କେଉଁ ରଙ୍ଗରେ ରଙ୍ଗେଇବି ତୁମ ସିନ୍ଥିକୁ, 

ସେ ତ ନାଲି ରଙ୍ଗରେ ସୁସଜ୍ଜିତ।


ମୁଁ କେଉଁ ଆଚ୍ଛାଦନେ ଆବୋରିବି ତୁମ କାୟାକୁ, 

ତୁମେ ତ କଟି ଭୂଷଣ ର ରାଣୀ। 

ମୁଁ କେଉଁ ଅଳଙ୍କାରେ ସଜ୍ଜିବି ତୁମ ଅଙ୍ଗକୁ

ତୁମେ ତ ମୁକ୍ତାର ଉତ୍ପାଦୟିନୀ। 


ମୁଁ କେଉଁ ଉଦକରେ ପଖାଳିବି ତୁମ ପାଦକୁ, 

ତୁମେ ତ ନାରୀ ରୂପୀ ନୀର। 

ମୁଁ କେଉଁ ଆସନରେ ଅଧିଷ୍ଠ କରିବି ତୁମକୁ, 

ଏ ପ୍ରକୃତି ତ ଅଂଶ ଟିଏ ତୁମ ଦେହର। 


ମୁଁ କେଉଁ ରାଇଜର ରାଜଭାର ଦେବି ତୁମକୁ, 

ତୁମେ ତ ଏ ସୃଷ୍ଟି ର ଆଦ୍ୟ ସ୍ରଷ୍ଟା। 

ମୁଁ କେଉଁ ନୃତ୍ୟ ତାଳେ ମୋହି ନେବି ତୁମ ମନକୁ, 

ତୁମେ ତ ରୋମାଞ୍ଚ ଭାବ ର ରଚୟିତା। 


ମୁଁ କେଉଁ ସ୍ୱର ନାଦେ ଛୁଇଁ ଯିବି ତୁମ ପ୍ରାଣକୁ, 

ତୁମେ ତ ସୁର ସଙ୍ଗୀତ ର ଦେବୀ। 

ମୁଁ କେଉଁ ଛନ୍ଦ ମଧ୍ୟେ ରଚିବି ତୁମ ଗୁଣକୁ, 

ତୁମେ ତ ସଂସ୍କାର ର ଜୀବିତ ପ୍ରତିମୂର୍ତ୍ତି । 


ମୁଁ କେଉଁ ସିନ୍ଦୁକ ର ଚାବି ନେନ୍ଥା ମାଗେ ତୁମକୁ, 

ମୁଁ ତ ତୁମ ହୃଦ ମଞ୍ଜୁଷା ରେ ରତ୍ନ।

ମୁଁ କେଉଁ ମାନ ବାଢି ରୋଷ କରି ବସେ ତୁମକୁ ,

ତୁମେ ତ କୋମଳ ହିଆର ଉଦାହରଣ। 


ମୁଁ କେଉଁ ସୁଖ ପୁଷ୍ପ ଅଞ୍ଜଳି ଦେବି ତୁମ ପୟରେ ,

ତୁମେ ତ ମୋତେ ଖୁସି ର ଆଗାର ମଣ। 

ମୁଁ କେଉଁ ଯନ୍ତ୍ରଣା କୁ ଲୁଚାଇବି ତୁମ ଦୃଷ୍ଟି ରୁ, 

ତୁମେ ତ ମୋ ସ୍ଥିତି ର ଚଳଣି ଜାଣ।

 

ମୁଁ କେଉଁ ସମ୍ମାନ ରେ ସମ୍ବର୍ଦ୍ଧିତ କରିବି ତୁମକୁ, 

ତୁମେ ତ ମାତୃତ୍ବ ଉପାଧି ଜିଣ। 

ମୁଁ କେଉଁ ନାମ ରେ ପରିଚୟ ଦେବି ତୁମକୁ, 

ତୁମେ ତ ମୋ "ମାଆ" ର ଡାକ କୁ ଶୁଣ।


Rate this content
Log in