STORYMIRROR

K. Nirmal

Others

2  

K. Nirmal

Others

ମା'ତୁମେ ଅତୁଳନୀୟ ଦେବୀ

ମା'ତୁମେ ଅତୁଳନୀୟ ଦେବୀ

1 min
14.3K


ମା'ତୁମେ ଅତୁଳନୀୟ ଦେବୀ

◆◆◆◆◆◆◆◆◆◆◆◆


ଆଖିର ଲୁହକୁ ହୃଦୟେ ଚାପିକି

ସୁଖେ ମୋତେ ରଖିଥିଲୁ,

ଜୀବନର ଦୁଖଃ ନିଜ ଦେହେ ବୋହି

ସବୁ କଷ୍ଟ ସହିଥିଲୁ ।୧।


ଛୋଟ ଥିଲି ଯେବେ ଜାଣି ମୁଁ ନଥିଲି

ଏ ସଂସାରର ବେଦନା,

ଆଜି ଯେତେବେଳେ ଜାଣିଲି ମା'ଲୋ

ସହୁଛୁ କେତେ ଯାତନା ।୨।


ମା'ତୁମେ ଅତୁଳନୀୟ ଦେବୀ ରୂପ

ବେଦନାର ସବୁ ଭାର ,

ପୁଅ ସବୁବେଳେ ହସିବ ବୋଲି ତା'

ଦୁଃଖ କୁ କର ନିଜର ।୩।


ବଡ଼ ହେଲି ଯେବେ ଜାଣି ପାରିଲି

ମୁଁ ମା'ର ଜୀବନ କଥା,

ଶପଥ କରିଲି ଆଜି ଗୀତା ଛୁଇଁ

ଦେବି ନାହିଁ କେବେ ବ୍ୟଥା।୪।


ମା ହୃଦୟର ଯେତିକି ଯନ୍ତ୍ରଣା

ସବୁ ମୁଁ ଦୂର କରିବି,

ଜୀବନରେ ଯେତେ ଝଡ଼ ଆସିଲେ ବି

ମା କୁ ଖୁସି ରଖିବି ।୫।


◆ କେ. ନିର୍ମଳ

◆ ଭଦ୍ରକ, ବାସୁଦେବପୁର(ଜଗନ୍ନାଥି)


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍