STORYMIRROR

Prafulla Chandra Mishra

Others

3  

Prafulla Chandra Mishra

Others

ମା' ତୋ ପଦେ ଶରଣ ଦେ

ମା' ତୋ ପଦେ ଶରଣ ଦେ

1 min
8.2K


ମାର୍ଗଶିର ଆଦ୍ୟ ଗୂରୁବାର ଆଜି ମହାଲକ୍ଷ୍ମୀ ମହାମାୟୀ

ଶ୍ରୀମନ୍ଦିର ଛାଡି ବିଜେ କରିଲେଣି ପାହାନ୍ତି ପହରୁ ସେହି ।

ମଣ୍ଡି ଦେଇଛନ୍ତି କେଦାରରେ ଶସ୍ୟ;ଫୁଲେ ଫୁଲେ ସଜ ହୋଇ

ପ୍ରକୃତି ସ୍ଵାଗତେ ତବ ଆଗମନେ ଆସ ଆସ ମହାଦେଇ ।।

କୁଳବଧୂ ସାଜି ଦେଇଛି ତା ଘର ଗୋମୟ ରେ ଲିପି ପୋଛି

ନୂଆ ଚାଉଳର ସୋଦୁଅ ପାଣିରେ କୁଟିକମ କାଟିଅଛି ।

ଶତଦଳ ପଦ୍ମ ସଙ୍ଗେ ଲକ୍ଷ୍ମୀପାଦ ଧାନଶିଂଷା ଝୋଟି ଦେଇ

ଚିତ୍ରିତ କରିଛି ଘର ଓ ବାହାର ଆସୁଛନ୍ତି ମହାମାୟୀ ।।

ମାଣପିଣ୍ଡି ମାଣବଇଠି ଉପରେ ଧାନମେଣ୍ଟା ଯତନରେ଼

ବସାଇ ତାପରେ ପାଟ ନାଲିଛିଟ ନାନା ଫୁଲେ ଖଞ୍ଜିଦିଏ ।

ଚନ୍ଦନ ସିନ୍ଦୂର ମଣ୍ଡଣି କରି ତା ପାସେ ଆଖୁ,ମୂଳା ଥୋଇ

ବେତମାଣେ ନୂଆ ଧାନ ରଖି ମହାଲକ୍ଷ୍ମୀ ପୂଜା କରିଥାଇ ।।

ନାନା ରକମର ପିଠାପଣା ପୁଣି ଖିରି ଖେଚୁଡ଼ି ସହିତ

ଅନେକ ସୁସ୍ଵାଦୁ ବ୍ୟଞ୍ଜନ ପରସି ପୂଜା ହୁଏ ଲକ୍ଷ୍ମୀ ମାତ ।

ଲକ୍ଷ୍ମୀ ସାଆନ୍ତାଣୀ ସୁଦୟା କରିଲେ ଧନଧାନ୍ୟ ଗୋପ ଲକ୍ଷ୍ମୀ

ପ୍ରାପ୍ତେ ନରଜନ୍ମ ସାର୍ଥକ ହୁଅଇ ଅନ୍ତେ ବଇକୁଣ୍ଠ ଗାମି ।।

ଏହି ପୂଜା ଆମ ଓଡ଼ିଆ ଜାତୀର ପବିତ୍ରତା ପଣ କହେ

ନାରୀ ଗଉରବ ଗରିମା ବଖାଣେ ନାରୀକୁ ସମ୍ମାନ ଦିଏ ।

ସମାଜରେ ନାରୀ ଶ୍ରେଷ୍ଠ ବୋଲି ଏହି ପୁରାଣ ବର୍ଣ୍ଣିତ ଗାଥା

ବଳରାମ ଦାଶ ଲକ୍ଷ୍ମୀ ପୁରାଣ ରେ ଉଲ୍ଲେଖ ଅଛି ଏ କଥା ।।

ଆଜି ସେହି ପୂଣ୍ୟ ପୂତମୟ ଦିନ ପ୍ରଫୁଲ୍ଲ ଗୀତରେ କହେ

ଦେବୀ ମହାମାୟୀ ପଦ୍ମାଳୟା ରମା ତୋ ପଦେ ଶରଣ ଦେ ।।

କବିଶ୍ରୀ ପ୍ରଫୁଲ୍ଲ ଚନ୍ଦ୍ର ମିଶ୍ର , ମଙ୍ଗଳାଯୋଡି , ଖୋର୍ଦ୍ଧା


రచనకు రేటింగ్ ఇవ్వండి
లాగిన్