STORYMIRROR

Er.Sasanka Sekhar Panda

Others

3  

Er.Sasanka Sekhar Panda

Others

ମା'ର ମମତା

ମା'ର ମମତା

1 min
293

ଅଝଟିଆ ହେଉ କାଇଁ ମୋ ଧନ ଶଙ୍ଖାଳି

ଅଵୁଝାତୁ ସବୁବେଳେ ଶୁଣିବାକୁ ଗାଳି,

କୁନି ହାତ କୁନି ପାଦ କୁନି କୁନି ଆଙ୍ଗୁଳି

ତଥାପି ବି ପାରେ ନାହଁ ତୋ ଦୃଷ୍ଟାମୀ ସମ୍ଭାଳି,

ଟିକି ଓଠେ ଖିଲି ହସି ମନକୁ ମୋ ନେଉଛୁ

ଟଳ ମଳ ଚାଲି ପାଇଁ ବାରମ୍ବାର ପଡ଼ୁଛୁ,

ପାଟି ତୋର ଫିଟି ନାହିଁ ଖାଲି ଦେଉ ଇସାରା

ବୁଝିବାକୁ ତୋର କଥା ସବୁ କାମ ଅଧୁରା,

ଏକୁ ଟାଣି ତାକୁ ଟାଣି ଦେଉଛୁ ତୁ ଫୋପାଡ଼ି

କେତେ ଆଉ ରଖିବି ମୁଁ ସେ ସବୁକୁ ସଜାଡ଼ି,

ଖାଇବାକୁ ମଣୁ ନାହୁଁ କହିଲେବି ଗେଲେଇ

ଦେହ ମୋର ଥକିଯାଏ ତୋ ପଛରେ ଗୋଡ଼ାଇ,

ପାଟିକଲେ କାନ୍ଦୁଛୁ ତୁ ଲୁହ ଭରି ଆଖିରେ

ମାଡ଼ହେଲେ କି କରିବୁ ସେହି କଥା ଭାବରେ,

ତୁ ମୋର ସୁନା ଧନ କୁନି ଗଳା ରତନ

ତୋ ଖୁସିରେ ଖୁସି ପାଇଁ ସହିବି ମୁଁ ଦହନ,

ଦିନେ ବଡ଼ ହୋଇ ତୁହି ବୁଝିବୁ ମୋ ଦୁଃଖକୁ

ମମତାର ମୂଲ ସାଥେ ମୋ ଶୁଝିବୁ ଋଣକୁ     



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍