ମା -ପ୍ରତୀକ ଏକ ତ୍ୟାଗର
ମା -ପ୍ରତୀକ ଏକ ତ୍ୟାଗର
ଦଶ ମାସ ଗରଭେ ରଖି
ଜନମ ଜାତ କଲୁ ମତେ
ତୁଇ ଆଉ ମୋର ଜିଇଁଲା ଦେବତା
କେନ୍ଥେଇ ପାସିରିମି ତତେ ।।
ସୁନ୍ଦିରୀ ଚେହେରା କେ ପଏରଛି ନେଇ
ଜନମ କଲୁ ଗୋ ମତେ
ବେକାର ନାଇକରେ ପଏରଛାପନ ତୋର
କରୁଥିମି ଆଦର୍ ସବୁଦିନି ତତେ ।।
ତୁଇ ତ ଗଢିଛୁ ଗୋ
ରକତ, ମାଉଁସ ଦେଇ ଦିହି କେ
ବାହାରି ବାର ଆଘୋନୁ
ପୁଛି ନେମି ତୋର ସବୁ ଆଖଁଲ କେ ।।
ଜନମ ଜନମ ସତ ଜନମ ଯେକ
ନାଇ ପାରେ ଋଣ ତୋର ଶୁଝି
ହେ ମା ସମଲେଇ ଦେ ଏତେ ଶକ୍ତି
ଯେନ୍ତା ପାରମି ମୋର ମା ର୍ ଦୁଃଖ ବୁଝି ।।
ଆଖି ର୍ ପାଏନ କେଭେ ନାଇଁ ଝରାବୁ ଗୋ
ନାଇଁ ହେବୁ ମା କେଭେ ଦୁଃଖୀ
ଜନମ ଦେଇଛୁ ଇ ଦୁନିଆଁ ନୁ ମତେ
ସୁଖେ ଥିମି ତତେ ରଖି ।।
ନାଇଁ ଛାଡେ ଗୋ କେଭେ ତୋର ହାତ
ଥିବାର ଯେକ୍ ମୋର ଦିହେଁ ପ୍ରାଣ
ତୋର ଲାଗି ଯମ ସାଙ୍ଗେ ବି ଲଡମି
ଦେଇଦେମି ପଛେ ମୋର ପ୍ରାଣ ।।
ହେ, ମା ସମଲେଇ
ଦେଖ ଗୋ ଉଲଗି ହେଉଛେ ଭୂଇ
ଖାଲି ଇ ଜନମେ ନାଇଁ ଆର ଜନମେ ବି
ଦେବୁ ମତେ ମୋର ମା କୁଳେ ଥୁଇ ।।
