STORYMIRROR

SARATA KUMAR DAS

Others

4  

SARATA KUMAR DAS

Others

ମା ପରି ଆଉ କିଏ ସେ ହେବ

ମା ପରି ଆଉ କିଏ ସେ ହେବ

1 min
402


ମାଆ ପରି ଆଉ କିଏ ସେ ହେବ

ହଜି ଯାଇଥିଲେ ଖୋଜି ଆଣିବ

ସରଗରୁ ଚାନ୍ଦ ତୋଳି ଆଣିବ

ସ୍ନେହ ମମତାରେ ବାନ୍ଧି ରଖିବ

ପଣତ କାନିରେ ଘୋଡାଇ ଦେବ  

ମାଆ ପରି ଆଉ କିଏ ସେ ହେବ ।।


ମାଆ ପରି ଆଉ କିଏ ସେ ହେବ

ଅଝଟ ହୋଇଲେ ବୁଝେଇ ଦେବ

ଲୁହ ଝରୁଥିଲେ କୋଳେଇ ନେବ

ଭୋକ ଲାଗୁଥିଲେ ଖୁଆଇ ଦେବ

ନିଦ ଲାଗୁଥିଲେ ଶୁଆଇ ଦେବ  

ମାଆ ପରି ଆଉ କିଏ ସେ ହେବ ।।


ମାଆ ପରି ଆଉ କିଏ ସେ ହେବ

ଧୂଳି ଲାଗିଥିଲେ ଝାଡି ସେ ଦେବ

ପାଦରେ ଯେବେ ମୋ କଣ୍ଟା ଫୁଟିବ

ତା' ଛାତିରୁ ସେବେ ରକ୍ତ ଝରିବ

ନିଜେ ଦୁଃଖେ ରହି ସୁଖ ବାଣ୍ଟିବ  

ମାଆ ପରି ଆଉ କିଏ ସେ ହେବ ।।


ମାଆ ପରି ଆଉ କିଏ ସେ ହେବ

ମୋ ଦେହରେ ଯେବେ ତାତି ଫୁଟିବ

ରାତି ପରେ ରାତି ଜଗି ବସିବ

ମନ୍ଦିର ବେଢାରେ ଦୀପ ଜାଳିବ

ଭୋଗ-ରାଗ କେତେ ସମର୍ପି ଦେବ  

ମାଆ ପରି ଆଉ କିଏ ସେ ହେବ ।।


ମାଆ ପରି ଆଉ କିଏ ସେ ହେବ

ହାତ ଧରି ମୋତେ ଆଗେଇ ନେବ

ବିପଦରେ ଛାତି ପତେଇ ଦେବ

ସଂସାରର ବୋଝ କାନ୍ଧକୁ ନେବ

ଅତି ଯତନରେ ଘର ଗଢିବ  

ମାଆ ପରି ଆଉ କିଏ ସେ ହେବ ।।


ମାଆ ପରି ଆଉ କିଏ ସେ ହେବ

ମିଠା କଥା କହି ମନ ମୋହିବ

ଦୁନିଆର ଖୁସି ଅଜାଡି ଦେବ

ମୋ ହସେ ତା ଓଠୁ ହସ ଝରିବ

ମୋ ଲୁହରେ ତା'ର ଲୁହ ବୋହିବ  

ମାଆ ପରି ଆଉ କିଏ ସେ ହେବ ।।


ମାଆ ପରି ଆଉ କିଏ ସେ ହେବ  

ମୋ ଲହୁ ଲୁହରେ ସାଥୀ ହୋଇବ

ଭକ୍ତି ପୁଷ୍ପ ମୋ ତା' ପାଦ ଛୁଇଁବ

କୋଟି ଆଶିଷର ଫୁଲ ଝରିବ

ପବନରେ ବାସ ଚହଟୁ ଥିବ

ମାଆ ପରି ଆଉ କିଏ ସେ ହେବ  ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍