STORYMIRROR

Niranjan Mishra

Others

4  

Niranjan Mishra

Others

ମା ଓ ଶାଶୁ

ମା ଓ ଶାଶୁ

1 min
321


ମା ର ନାଁଟି ଶୁଣି ଦେଲେ ଝିଅ

କେଡେ ପୁଲକିତ ହୁଏ

ଶାଶୁର ନାଁଟି ଶୁଣି ଦେଲେ ତାର

ସାରା ଦେହ ଥରିଯାଏ।


ମା ର ନାଁରେ ମା ଶବଦରେ

ଭରିଅଛି ମଧୁରତା

ଶାଶୁର ନାଁଟି ଶୁଣିଦେଲା ଯଦି

ମନେ ଆସେ ବିରସତା।


ଭଲ ଝିଅଟିଏ ଭଲ ବୋହୁ ହେଲା

ଶାଶୁକୁ କଲା ନିଜର

ମା ଆଉ ଶାଶୁ କିଛି ହେଲେ ମନେ

ଭେଦ ନ ରହିଲା ତାର।


ଶାଶୁଘର ଆସି ଶାଶୁକୁ ପାଇଲା

ମଣିଲା ମା ତାହାର

ବାପଘରୁ ଆସି ଶାଶୁ ଘରେ ପଶି

ସଭିଙ୍କୁ କଲା ନିଜର।


ପରାପର ଭାବ ନ ରଖି ମନରେ

ସ୍ୱାମୀ ଶାଶୁ ପରିବାର

ସଭିଙ୍କୁ ସେନେହ ବାଣ୍ଟିଲା ଯେବେ ସେ

ସଭିଏଁ ହେଲେ ନିଜର ।


ଶାଶୁ କଥା ଭାଳି ମା କଥାଟିକି

ଗଣ୍ଠିଧନ ଥାଏ କରି

ଶାଶୁ ସୁହାଗିନୀ ହୋଇ ବୋହୁ

ତାର କରମ ଯାଉଛି କରି।


ଜାଣେ ଶାଶୁ ତାର ସ୍ବାମୀଙ୍କୁ ଜନମ

ଦେଇ ପାଳନ ପୋଷଣ

କରି ଆଜି ପରା ବଡ କରିଛନ୍ତି

ସ୍ବାମୀ ଶାଶୁଙ୍କର ପ୍ରାଣ ।


ଶାଶୁଙ୍କ କଥାକୁ ନ ପକାଏ ତଳେ

ସଦା ରଖଇ ନଜର

ମା ର କଥାଟି ମନରେ ରଖିଛି

କରିଛି ବେଦର ଗାର ।


ମା କହିଥିଲା ଶାଶୁ ଶଶୁରଙ୍କୁ

ଦେବତା ବୋଲି ମଣିବୁ

ତାଙ୍କର କଥାକୁ ଗୁରୁତ୍ୱ ଦେଇ ମା

ତାଙ୍କରି କଥା ବୁଝିବୁ ।


ଶାଶୁଘରେ ତୋର ଶାଶୁ ଓ ଶଶୁର

ମା ବାପା ତୁ ମାନିବୁ

ବୁଝାଇ କହୁଛି ମାଆଠୁ ଅଧିକ

ସେନେହ ମା ପାଇବୁ।


ମା କଥା ଝିଅ କେବେ ନ ପାସୋରି

ଗଣ୍ଠିଧନ ତାକୁ କଲା।

ଶାଶୁ ସୁହାଗିନୀ ହୋଇ ବୋହୁ

ଶାଶୁ ଘରେ ଜୀବନ କାଟିଲା ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍