ମା ଓ ମମତା
ମା ଓ ମମତା
1 min
194
ମା' ଟି ଆମର କେଡେ ଆପଣାର
ତାହା ପରି କିଏ ହେବ?
ମମତାମୟୀ ସେ ମା'ର ମମତା
କିଏ ସେ ଆମକୁ ଦେବ ? ୧।
ମା କୋଳେ ଥିଲେ ଜଗତ ଭିତରେ
ନ ଥାଏ କାହାକୁ ଡର ।
ମା ହାତ ରନ୍ଧା ମା ହାତ ବଢା
ଖିଆଟି ଜଗତେ ସାର।୨।
ବଳେଇ ବଳେଇ ଖୁଆଇବା ପାଇଁ
କେତେ ଆଗୁସାର ହୁଏ ।
କେତିକି ଖାଇଲେ ପେଟଟି ପୁରିବ
ମା ସିନା ଜାଣିଥାଏ।୩।
ଜନମ ଆଗରୁ ଗରଭେ ଧରି ସେ
କେତେ କଷଣ ସହିଛି।
ମମତା ଡୋରରେ ସନ୍ତାନକୁ ତାର
ଜନମ କାଳୁ ବାନ୍ଧିଛି।୪।
ଜନମ କାଳରୁ ଆଖିରେ ଆଖିରେ
କେତେ କଥା ସେ କହିଛି।
କାଖେଇ କୋଳେଇ ସବୁ ଅଳି ସହି
ବଡ ତାକୁ କରିଅଛି ।୫।
ମା'ର ପଣତ କାନି ତଳେ ତା'ର
ସନ୍ତାନଟି ଯଦି ଥାଏ।
ଯେତେ ଯେତେ ସବୁ ବିପଦ ଆସଇ
ଧୂଳି ପରି ଉଡିଯାଏ।୬।
ମମତାର ମୂର୍ତ୍ତି ମା'ଟି ଆମର
ଗରବ ସିଏ ଆମର।
ମା'ର ମମତା ଶୁଝି କେ ପାରିବ
ଜନମିଲେ ବାର ବାର ?।୭।
