STORYMIRROR

sasmita sarangi

Others

3  

sasmita sarangi

Others

ମା ଓ ମମତା

ମା ଓ ମମତା

1 min
127

ଭୂମିଷ୍ଠର ଆଦ୍ୟ ଗୁରୁ ମାଆ

ଶିଶୁର ଦରୋଟି ହସରେ ମାଆ ।

ଧୂଳି ଧୂସରିତ ପଣତରେ ସ୍ପର୍ଶରେ

ବାତ୍ସଲ୍ୟ ସ୍ନେହର ବାସ୍ନା ମାଆ ।।୧


କୈଶୋର କ୍ଳାନ୍ତିର ଉପଶମ ହୁଏ

ମାଆ ହାତର କୋମଳ ପରଶେ ,

ଚପଳତାର ସଂସ୍କାର ମାଆ ,

ପଥ ଭୁଲା ଅଝଟ ଯୌବନର

ପଥ ପ୍ରଦର୍ଶକ ମାଆ ।।୨


କଠୋର ଶାସନ ପଛରେ ଲୁଚିଥିବା

କୋମଳ ହୃଦୟଟିଏ ମାଆ ,

ଶେଷ ନିଃଶ୍ୱାସ ଥିବା ଯାଏ

ସନ୍ତାନର ଅଳି ଅର୍ଦ୍ଦଳି ଆପଣାଇ 

ଆଶିଷ ବାରିଧି ଢାଳିଥାଏ ମାଆ ।୩।

     


Rate this content
Log in