ମା ଓ ମମତା
ମା ଓ ମମତା
1 min
194
ଭୂମିଷ୍ଠ ର ଆଦ୍ୟ ଗୁରୁ ମାଆ
ଶିଶୁର ଦରୋଟି ହସରେ ମାଆ ,
ଧୂଳି ଧୂସରିତ ପଣତର ସ୍ପର୍ଶରେ
ବାତ୍ସଲ୍ୟ ସ୍ନେହର ବାସ୍ନା ମାଆ ।
ପ୍ରଥମ ପ୍ରେମର ଅନୁଭବ ମାଆ
କୈଶୋର କ୍ଳାନ୍ତି ର ଉପଶମ ହୁଏ
ମାଆ ହାତର କୋମଳ ପରଶେ
ଚପଳତା ର ସଂସ୍କାର ମାଆ ।
କଠୋର ଶାସନ ପଛରେ ଲୁଚିଥିବା
କୋମଳ ହୃଦୟ ଟିଏ ମାଆ ,
ଶେଷ ନିଃଶ୍ୱାସ ଥିବା ଯାଏ
ମମତା ରେ ଭରିଦିଅ ମାଆ ।
ସନ୍ତାନ ର ଅଳି ଅର୍ଦ୍ଦଳି ଆପଣାଇ
ଆଶିଷ ବାରିଧି ଢାଳିଥାଏ ମାଆ,
ଶୁଖିଲା ଓଠରେ ତା'ର ହସ ଭରି
ଶୂନ୍ୟତା କୁ ପୂର୍ଣ୍ଣତାରେ ଭରେ ମାଆ ।
