STORYMIRROR

Chinmaya Kumar Nayak

Others

3  

Chinmaya Kumar Nayak

Others

ମା ଓ ମମତା

ମା ଓ ମମତା

1 min
147

ଜହ୍ନ ରାଇଜରୁ ଆସିଛି ଓହ୍ଲାଇ

ମମତା ମୂରତି ଧରି 

ଈଶ୍ୱର ପ୍ରେରିତ ବାତ୍ସଲ୍ୟର ଘନ-

ବିଗ୍ରହର ରୁପ ଧରି। 

ଅଭୁଲା ତା ମୃଦୁ ଛୁଆଁ

ଦେହକୁ ନୁହେଁ ସେ ଆତ୍ମାକୁ ଛୁଇଁ ଯାଏ

ତା ବିନା ଜୀବନ ଧୁଆଁ। 


କୋଳ ତାର ଧରା ସମ ଆଶ୍ରାଟିଏ

ପଣତ ତା ନୀଳାମ୍ବର 

ହସରେ ତା ଅମା ରାତି ପାହିଯାଏ

ନଥିଲେ ସବୁ ଅନ୍ଧାର। 

ମୁଖ ତା ପୁନେଇଁ ଚାନ୍ଦ 

ଆଖି ଦୁଇ ଆଶ୍ୱାସନାରେ ତା ଭରା

କଥା ମଧୁବୋଳା ଛନ୍ଦ। 


କର୍ମ ଧର୍ମ ସବୁ ତା ଅବଲମ୍ବନେ

ବଞ୍ଚିବାର ସେ ଆଧାର 

ଚିନ୍ତିବା ଆଗରୁ ପଢ଼ିନିଏ ମନ

ମୋ ଭାଗ୍ୟର ସରକାର। 

ସେ ପ୍ରଭାତୀ ପକ୍ଷୀର ସ୍ୱର 

ଦିନଠାରୁ ରାତି ନୀରବ ଶ୍ରମିକ

ଲୋରୀ ସେ ଗାଢ଼ ନିଦର। 


ସହସ୍ର ରୋଗର ବ୍ୟଥା ହୁଏ ଦୂର

ମଥାକୁ ଆଉଁସି ଦେଲେ 

ପରମ ଶାନ୍ତିର ତରଙ୍ଗ ସଞ୍ଚରେ

ପାଦକୁ ତା ଛୁଇଁ ଦେଲେ। 

ସ୍ଵର୍ଗ ତାର ସାନ୍ନିଧ୍ୟରେ 

ସତରେ ଅଭାଗା ନର୍କ ଭୋଗେ ମୁହିଁ

ରହି ତା ପାଶରୁ ଦୂରେ। 



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍