STORYMIRROR

Niranjan Mishra

Others

4  

Niranjan Mishra

Others

ମା ଓ ମମତା

ମା ଓ ମମତା

1 min
214


ମା ପରି କିଏ ହେବ ?

ମା'ର ମମତା ସନ୍ତାନକୁ ତାର

ଆଉ କିଏ କାହୁଁ ଦେବ ? ୧।

ମା ପରା ଧରା ସମ ।

ସହିବା ଗୁଣ ତା ଧରିତ୍ରୀ ସମାନ

କିଏ ହେବ ତାର ସମ ? ୨।

ସବୁବେଳେ ତା ନଜର ।

ସନ୍ତାନ ତାହାର ଆନନ୍ଦରେ ରହୁ

ଏଇ ବିଚାର ମାଆର ।୩।

ମାଆର ଆଖିର ତାରା ।

ସନ୍ତାନଟି ତାର , ମା ପଣତ କାନି

ସଦା ତାହାର ଆଶରା ।୪।

ଜଗତକୁ ନାହିଁ ଡର ।

ମାଆ କୋଳେ ଥିଲେ କାହାକୁ କେବେହେଁ

ନ ଥାଏ ତାର ଖାତର ।୫।

ମମତା ମୂରତି ମାଆ ।

ବିପଦେ ଆପଦେ ଆଜନମୁଁ ମାଆ

ସନ୍ତାନର ସିନା ସାହା। ୬।

ଯେତେ ବଡ ପିଲା ହେଉ।

ସନ୍ତାନର ପେଟ ମାଆ ଭଳି କହ

କିଏ ସେ ଚିହ୍ନିବ ଆଉ ୲୭।

କୁପୁତ୍ର ଜନମି ପାରେ ।

କୁମାତା କେବେ ହେଁ ଜନମିଛି କାହିଁ

କିଏ ଦେଖିଛି ସଂସାରେ ? ୮।

ମମତାର ମୂଲ କିଏ ।

ଦେଇ କି ପାରିବ ମାଆକୁ ତାହାର

ଏକଥା ଭାବିଛି କିଏ ? ୯।


Rate this content
Log in