ମା ଓ ମମତା
ମା ଓ ମମତା
1 min
193
ସ୍ରଷ୍ଟାଙ୍କ ସୃଷ୍ଟିର ଅପୂର୍ବ ସୃଷ୍ଟି,
ମା'ର ମାତୃତ୍ବେ ପ୍ରେମର ବୃଷ୍ଟି ।
ଦୟା କରୁଣାର ଅସୀମ ଧାରା,
ସ୍ନେହ, ଶ୍ରଦ୍ଧା ଭରା ମୁକ୍ତ ପସରା ।
ଧରା ଠୁଁ ଅଧିକ ସେ ସର୍ବଂସହା,
ସନ୍ତାନ ଲାଗି ସେ ମଳୟ ବାଆ ।
ଦିଗନ୍ତ ବିସ୍ତାରି ତା' ସ୍ନେହ ପଣତ,
ସନ୍ତାନ ଲାଗି ସେ ଢାଳେ ପ୍ରେମାମୃତ ।
ତ୍ୟାଗର ପ୍ରତୀକ ଯୋଗୀ ଠୁଁ ବେଶୀ,
ପିଏ ଆଜୀବନ ଲୁହକୁ ହସି ।
ମା ପାଦତଳେ ବୈକୁଣ୍ଠ ମିଳେ,
ମା'ଥିବା ଘର ସ୍ଵର୍ଗ ଠୁଁ ବଳେ ।
ମା'ର ମମତା କେ ପାରେ ମାପି,
ନମେ ମା ପାଦେ ସୁର,ନର,ତପି ।
ମମତାର ଡୋରେ ବାନ୍ଧେ ଜଗତ
ସଂସାର ଟା ପରା ମା' ଉଦ୍ଧୃତ ।
